fbpx

ବଡ଼ ଖବର: ଖୁବଶୀଘ୍ର ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟର ପଞ୍ଚାୟତ ନିର୍ବାଚନ । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ ଆସିଛି ବଡ଼ ଖବର । ୩ ଦିନ ମଧ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ପାଇଁ ଆସିବ ଚୂଡ଼ାନ୍ତ ଭୋଟର ତାଲିକା । ତାଲିକାରେ ସାମିଲ ନୂଆ ଭୋଟର ହେବେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।

ଏହା ସହ ଖୁବଶୀଘ୍ର ହୋଇପାରେ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା । ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ହୋଇସାରିଛି । ୯୧,୯୧୩ ୱାର୍ଡ, ୬୭୯୪ ପଞ୍ଚାୟତରେ ନିର୍ବାଚନ ହେବ । ରାଜ୍ୟରେ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ଆବଶ୍ୟକ ବାଲାଟ ବାକ୍ସ ସଂଗ୍ରହ କରାଯାଉଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.