fbpx

ପ୍ୟାନ୍, ଆଧାର ଦେଖାଇ ଭୋଟ ଦେଇହେବ: ନିର୍ବାଚନ କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ପ୍ରଥମ ପର୍ଯ୍ୟାୟ ପ୍ରଚାର । ଏହାରି ମଧ୍ୟରେ ଭୋଟ ଗ୍ରହଣ ସମ୍ପର୍କରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କାଲି ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ପୋଲିଂ ପାର୍ଟି ବୁଥରେ ପହଞ୍ଚିଯିବେ । କାଲି ୭୧ ବ୍ଲକର ୧୬୬୯ ପଞ୍ଚାୟତର ୨ ଶହ ଜିଲ୍ଲା ପରିଷଦରେ ଭୋଟ ଗ୍ରହଣ କରାଯିବ । ୨ ଶହ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।’

ନିର୍ବାଚନରେ ୩୭,୨୪୫ ପୋଲିସ ଓ ୨୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ ଗ୍ରହଣ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ଭୋଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନାଁ ଭୋଟର ତାଲିକାରେ ରହିବା ଜରୁରୀ । ଭୋଟର ପରିଚୟପତ୍ର ଦେଖାଇ ଜଣେ ବ୍ୟକ୍ତି ଭୋଟ ଦେଇପାରିବେ । ଭୋଟର କାର୍ଡ ନଥିଲେ ଅନ୍ୟ ୧୩ଟି ଦସ୍ତାବିଜ୍ ଦେଖାଇ ଭୋଟ ଦେଇପାରିବେ । ପ୍ୟାନ୍ କାର୍ଡ, ଆଧାର କାର୍ଡ, ପାସପୋର୍ଟ ଦେଖାଇ ଜଣେ ଭୋଟ ଦେଇପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି ।

Get real time updates directly on you device, subscribe now.