fbpx

ବିବାହ ବେଦୀରେ ପଣ୍ଡିତଙ୍କ ଏପରି କାରନାମା ସମସ୍ତଙ୍କୁ କରିଲା ଚକିତ, ଭାଇରାଲ ହେଉଛି ଭିଡ଼ିଓ

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି । କିଏ ପପୁଲାର ହେବା ପାଇଁ ତ ପୁଣି କିଏ ଫଲୋଅର୍ସ ବୃଦ୍ଧି କରିବା ପାଇଁ ରୀଲ୍ସ କରୁଛନ୍ତି । ନିକଟରେ ବିବାହ ଉତ୍ସବକୁ ନେଇ ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ବିବାହ ମଣ୍ଡପରେ ଥିବା ପଣ୍ଡିତ ଏପରି କିଛି କାରନାମା କରିଛନ୍ତି ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କୁ ଚକିତ କରିଛି । ମନ୍ତ୍ର ଉଚ୍ଚାରଣ କରି ବର ବଧୂଙ୍କ ବିବାହ କରାଇବା ହେଉଛି ପଣ୍ଡିତର କର୍ତ୍ତବ୍ୟ । କିନ୍ତୁ ଏଠାରେ ତାହାର ବିପରିତ ଦେଖିବାକୁ ମିଳିଛି । ପଣ୍ଡିତ ଜଣଙ୍କ ବିବାହ ମନ୍ତ୍ର ଉଚ୍ଚାରଣ କରିବା ପରିବର୍ତ୍ତେ ଏକ ରୋମାଣ୍ଟିକ ଗୀତ ଗାଇଥିଲେ । ସେଠାରେ ତାଙ୍କ ଗୀତ ଶୁଣି ଏଣ୍ଟରଣ୍ଟେନମେଣ୍ଟ ମାହୋଲ ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ସମସ୍ତେ ପଣ୍ଡିତଙ୍କ ଗୀତକୁ ବେଶ ଉପଭୋଗ କରୁଥିବାର ନଜର ଆସିଛନ୍ତି । ତେବେ ଏହି ଭିଡ଼ିଓକୁ @ChapraZila ନାମକ ଏକ ଆକାଉଣ୍ଟଧାରୀ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି । ଏହି ଭିଡ଼ିଓକୁ ଦେଖି ଅନେକ ଲୋକମାନେ ଲାଇକ୍ ଓ କମେଣ୍ଟ ମଧ୍ୟ କରିଛନ୍ତି ।

 

Get real time updates directly on you device, subscribe now.