fbpx
BSKY SKY
BSKY SKY

ଦେଶ ଭିତରେ ସେ ଦେବାଳିଆ କିନ୍ତୁ ବିଦେଶରେ ଖୋଲିଛନ୍ତି ୧୮ଟି କମ୍ପାନୀ, Pandora Papers ଖୋଲିଲା ଅନିଲ ଅମ୍ବାନିଙ୍କ ସିକ୍ରେଟ୍ ରାଜ୍

BSKY

ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ଖୋଲିଦେଇଛି ଅନିଲ ଅମ୍ବାନୀଙ୍କର ଅସଲ ମୁଖା । ଯେଉଁ ଅନିଲ ବ୍ରିଟେନ କୋର୍ଟରେ ନିଜକୁ ଦେବାଳିକା ବୋଲି ଘୋଷଣା କରିଥିଲେ, ତାଙ୍କ ପାଖରେ ୧୮ଟି ବିଦେଶୀ କମ୍ପାନୀ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ୨୦୦୭ରୁ ୨୦୧୦ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ୫ଟି କମ୍ପାନୀରେ ୧୩୦ କୋଟି ଡଲାର ନିବେଶ କରାଯାଇଥିବା ଜଣାପଡ଼ିଛି ।

୨୦୨୦ ଫେବୃଆରୀରେ ଲଣ୍ଡନରେ ଏକ କୋର୍ଟରେ ଅନିଲ ଅମ୍ବାନୀ କହିଥିଲେ ଯେ, ତାଙ୍କର ମୋଟ ସମ୍ପତ୍ତି ଶୂନ । ଚୀନର ୩ ସରକାରୀ ବ୍ୟାଙ୍କ ଦ୍ୱାରା କରାଯାଇଥିବା ମାମଲାର ଶୁଣାଣି ବେଳେ ଅନିଲଙ୍କ ବିଦେଶୀ ସମ୍ପତ୍ତିକୁ ନେଇ କୌଣସି ବିବରଣୀ ପ୍ରଦାନ କରାଯାଇନଥିଲା । କୋର୍ଟ ଅନିଲଙ୍କୁ ବ୍ୟାଙ୍କର ୭୧.୬ କୋଟି ଡଲାର ରାଶି ପୈଠ ଓ ବିଦେଶ ସମ୍ପତ୍ତି ତାଲିକା ବିଷୟରେ ତଥ୍ୟ ଦେବାକୁ କହିଥିଲେ । ମାତ୍ର ବିଦେଶରେ ତାଙ୍କର କୌଣସି ସମ୍ପତ୍ତି ନଥିବା ସେ କହିଥିଲେ । ତେବେ ବର୍ତ୍ତମାନ ପାଣ୍ଡୋରା ପେପର୍ସ ଯାଞ୍ଚରୁ ଏହା ପର୍ଦ୍ଦାଫାସ ହୋଇଛି ଯେ, ରିଲାଏଣ୍ଟ ଏଡିଏ ଗ୍ରୁପର ଅଧ୍ୟକ୍ଷ ଅନିଲଙ୍କ ପାଖରେ ଜର୍ସି, ଆଇସଲାଣ୍ଡ, ବ୍ରିଟିଶ ଭର୍ଜିନ ଓ ସାଇପ୍ରସ ଭଳି ଦେଶରେ ଅନେକ ସମ୍ପତ୍ତି ରହିଛି । ସୂଚନାଯୋଗ୍ୟ ଯେ, ଆଇସିଜେ ୫ ବଷ ର୍ପୂର୍ବେ ପାନାମା ପେପର୍ସ ଜାରି କରିଥିଲା । ସେଥିରେ ଦେଶରେ ଟିକସ ଫାଙ୍କି ଦେଶରେ ସମ୍ପତ୍ତି ଲୁଚାଇଥିବା ଭାରତୀୟଙ୍କ ନାଁ ଉଲ୍ଲେଖ କରିଥିଲା । ଭାରତ ସହ ୯୧ଟି ଦେଶର ଶହ ଶହ ନେତା, ନାମିଦାମୀ ବ୍ୟକ୍ତିଙ୍କ ଗୁପ୍ତ ନିବେଶର ପର୍ଦ୍ଦାଫାସ ହୋଇଛି । ଏହି ତାଲିକାରେ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ପପ ସିଙ୍ଗର ଶିକିରା ଆଦିଙ୍କ ସହ ଅନେକଙ୍କ ନାମ ମଧ୍ୟ ରହିଛି । ତେବେ ବ୍ୟାଙ୍କ ଆକାଉଣ୍ଟ, କମ୍ପାନୀ, ଘରୋଇ ଜେଟ୍, ଘର, ଆଦି ମାଧ୍ୟମରେ ଟଙ୍କା ନିବେଶ କରାଯାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.