fbpx

ପାଠକ ଦୁର୍ନୀତି ମାମଲା; ଇଡିରେ ହାଜର ହେଲେ ଅଭୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ମିଳିଥିଲା ସର୍ତ୍ତମୂଳକ ଜାମିନ୍ । ଏହାରି ମଧ୍ୟରେ ଆଜି ଅଭୟ ପାଠକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ୨ଟି ମାମଲାରେ ପଚରାଉଚରା ପାଇଁ ହାଜର ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସ ଦୁର୍ନୀତି ଓ ଚାକିରି ଦେବା ନାଁରେ ଅର୍ଥ କାରବାର ମାମଲାରେ ଅଭୟ ହାଜର ହୋଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ କରିଥିଲା ଇଡି । ବିଭିନ୍ନ ଅଭିଯୋଗର ତଦନ୍ତ ପାଇଁ ସମନ ହୋଇଥିଲା ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଅଭୟଙ୍କ ଆକାଉଣ୍ଟକୁ ପୁଅ ଆକାଶଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଯାଇଛି । ୮ କୋଟି ଟଙ୍କାର କାରବାର ନେଇ ଇଡି ଖୋଳତାଡ଼ ଜାରି ରଖିଛି । ଆର୍ଥିକ ନେଣଦେଣ ଉପରେ ଇଡିର ନଜର ରହିଛି । ଅଭୟକାନ୍ତଙ୍କୁ ଜେରା ପରେ ଏକାଧିକଙ୍କୁ ସମନ କରିବ ଇଡି ।

Get real time updates directly on you device, subscribe now.