fbpx

ସିଲିଣ୍ଡର ଫାଟିବାରୁ ବଡ଼ ଦୁର୍ଘଟଣା: ଗୋଟିଏ ପରିବାରର ୬ ଜଣ ଜୀବନ୍ତ ଦଗ୍ଧ

Advertisement

ନୂଆଦିଲ୍ଲୀ: ପାନିପତର ଏକ ଘରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗୁରୁବାର ସକାଳେ ହରିୟାଣାର ପାନିପତର ତହସିଲ କ୍ୟାମ୍ପରେ ଥିବା ରାଧା କାରଖାନା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେଉଁଠାରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଫଳରେ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।

ଏହି ଘଟଣା ଘଟିବା ପରେ ସ୍ୱାମୀ ଏବଂ ସ୍ତ୍ରୀ ସେମାନଙ୍କର ଚାରି ସନ୍ତାନ – ୨ ଝିିଅ ଏବଂ ୨ ପୁଅ ଘର ଭିତରେ ଉପସ୍ଥିତ ଥିଲେ । ମୃତକମାନେ ହେଉଛନ୍ତି- ଅବଦୁଲ କରିମ (୫୦), ତାଙ୍କ ପତ୍ନୀ ଆଫରୋଜା (୪୬), ବଡ ଝିଅ ଇଶରତ ଖାତୁନ (୧୭-୧୮), ରେଶମା (୧୬), ଅବଦୁଲ ଶକୁର (୧୦) ଏବଂ ଅଫାନ (୭) । ସେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ବାସିନ୍ଦା ଥିଲେ ।

Get real time updates directly on you device, subscribe now.