fbpx

ପାନିରସେଲଭମଙ୍କୁ ବଡ ଝଟକା, ପାଲାନିସ୍ୱାମୀ AIADMKର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ ନିର୍ବାଚିତ

Advertisement

ଚେନ୍ନାଇ: ତାମିଲନାଡୁର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଛି ତାଙ୍କ ଦଳ ଏଆଇଏଡିଏମକେ। ସୋମବାର ସୋମବାର ଏଡାପ୍ପାଡି କେ ପଲାନିସ୍ୱାମୀ (ଇପିଏସ୍) କୁ ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ ଭାବରେ ମନୋନୀତ କରିଛି ଦଳ ଏବଂ ତାଙ୍କୁ ଏହି ସଂଗଠନ ଚଳାଇବାକୁ ଅନୁମତି ଦେଇଛି। ଏହା ସହିତ ଦଳର ସାଧାରଣ ସମ୍ପାଦକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପଇଁ କିଛି ନୂତନ ନିୟମ ଏବଂ ଅନୁମତି ସହିତ ଅନେକ ନିୟମରେ ସଂଶୋଧନ କରାଯାଇଛି। ଏହି ବୈଠକରେ ମୋଟ୍ ୧୬ଟି ପ୍ରସ୍ତାବ ପାରିତ କରାଯାଇଥିଲା।

ପନିରସେଲଭମ୍ ଦଳର କୋଷାଧ୍ୟକ୍ଷ କିନ୍ତୁ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ସି ବିଜୟବାସ୍କର ଦଳର ଆର୍ଥିକ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଛନ୍ତି ଯାହା ସୂଚାଇ ଦେଇଛି ଯେ ପନିରସେଲଭମ୍ ଶୀଘ୍ର ଦଳର ସମସ୍ତ ଦାୟିତ୍ୱରୁ ମୁକ୍ତ ହୋଇପାରନ୍ତି।

ଏହା ମଧ୍ୟ ଖବର ଆସିଛି ଯେ, ଏଆଇଏଡିଏମକେର ସାଧାରଣ ପରିଷଦର ସଦସ୍ୟମାନେ ପନିରସେଲଭମ୍‌ଙ୍କୁ ଦଳରୁ ବହିସ୍କାର କରିବାକୁ ଦାବି କରିଥିଲେ। ବୈଠକ ପୁର୍ବରୁ ପାର୍ଟି ଅଫିସ ବାହାରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ସୂଚନା ମୁତାବକ ଦୁଇ ପକ୍ଷର ସମର୍ଥକମାନେ କଳା ପତକା ଧରି ସେଠାରେ ପହଞ୍ଚିଥିଲେ । ପରେ ଉଭୟ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଥିଲା।

ଟିଭିରେ ଆସିଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ କିଛି ଲୋକ ପରସ୍ପର ଉପରେ ପଥର ଫିଙ୍ଗିଛନ୍ତି । ଏହି ସମୟରେ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। କିଛି ଲୋକ ଜବରଦସ୍ତ କାର୍ଯ୍ୟାଳୟ କବାଟ ଖୋଲି ଭିତରକୁ ଯାଉଥିବାର ଦେଖାଯାଇଥିଲା। ଏହି ଘଟଣା ପରେ ପାର୍ଟି ଅଫିସରେ ସୁରକ୍ଷା ବୃଦ୍ଧି କରାଯାଇଛି। କାର୍ଯ୍ୟାଳୟକୁ ଯିବାବେଳେ ପନିରସେଲଭମ୍ ସମର୍ଥକମାନଙ୍କୁ ଅଭିବାଦନ ଜଣାଇ ପାର୍ଟି ପତାକା ଉତ୍ତୋଳନ କରିଥିଲେ।

Get real time updates directly on you device, subscribe now.