fbpx

‘NEET ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଲିକ ହୋଇଥିଲା ପେପର’, ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ କଲେ ଆତ୍ମସମର୍ପଣ

Advertisement

ନୂଆଦିଲ୍ଲୀ: ନୀଟ ପେପର ଲିକ ମାମଲାରେ ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ ସ୍ୱୀକାର କରିଛନ୍ତି ଯେ, ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପେପର ଲିକ ହୋଇଥିଲା । ପରୀକ୍ଷା ମାଫିଆ ଅମିତଙ୍କ ଆତ୍ମସମର୍ପଣ କରିଛନ୍ତି ଯେ, ସେ ଛାତ୍ରମାନଙ୍କୁ ପରୀକ୍ଷା ପୂର୍ବଦିନ ପ୍ରଶ୍ନ ପେପର ଯୋଗାଇଥିଲେ । ଏହା ପରିବର୍ତ୍ତେ, ଛାତ୍ରମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ । ଲିକ ପେପରକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ପରୀକ୍ଷାକୁ ରଦ୍ଦ କରି ଦ୍ୱିତୀୟ ଥର ପରୀକ୍ଷା କରିବାକୁ ମଧ୍ୟ ଦାବି କରାଯାଇଛି ।

ଅମିତ ଆନନ୍ଦ ଆତ୍ମସମର୍ପଣ କରି କହିଛନ୍ତି ଯେ, ନୀଟ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପେପର ଲିକ ହୋଇଥିଲା । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନ ଏବଂ ଉତ୍ତର ସିଟ ଛାତ୍ରମାନଙ୍କୁ ଦିଆଯାଇଥିଲା । ସେମାନେ ରାତିସାରା ଏହାକୁ ଅଭ୍ୟାସ କରିଥିଲେ । ପ୍ରଶ୍ନ ଦିଆଯିବା ନେଇ ଛାତ୍ରମାନଙ୍କଠାରୁ ୩୦ରୁ ୩୨ ଲକ୍ଷ ଟଙ୍କା ଅଣାଯାଇଥିଲା । ପେପର ଲିକର ମାଷ୍ଟମାଇଣ୍ଟ ନିଜେ ଆତ୍ମସମର୍ପଣ କରି କହିଛି ଯେ, ମୋ ଫ୍ଲାଟରୁ ପୋଲିସକୁ ନୀଟ ପରୀକ୍ଷାର ପ୍ରଶ୍ନ ଏବଂ ଉତ୍ତର ସିଟର ଜଳାଯାଇଥିବା ଅବଶେଷ ମିଳିଛି । ସେ ଏହା ମଧ୍ୟ ମାନିଛନ୍ତି ଯେ, ସେ ଏପରି ପୂର୍ବରୁ ବି କରିଛନ୍ତି ।

Get real time updates directly on you device, subscribe now.