fbpx

ପାରା ଆଥଲେଟିକ୍ସ ଚମ୍ପିଆନସିପ୍ ୨୦୨୪: ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଦୀପ୍ତି ଜୀବାଞ୍ଜୀ

ନୂଆଦିଲ୍ଲୀ: ଭାରତର ଦୀପ୍ତି ଜୀବାଞ୍ଜୀ(Deepthi Jeevanji) ବିଶ୍ୱ ପାରା ଆଥଲେଟିକ୍ସ ଚମ୍ପିଆନସିପ୍ ୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୀପ୍ତି ଜୀବାଞ୍ଜୀ ୫୫.୦୬ ସେକେଣ୍ଡରେ ମହିଳା ୪୦୦ ମିଟର ଟି-୨୦ ବର୍ଗ ଦୌଡ଼କୁ ସମାପ୍ତ କରି ବିଶ୍ୱ ରେକର୍ଡ଼ ସ୍ଥାପନ କରିଛନ୍ତି । ପ୍ୟାରିସରେ ଆୟୋଜିତ ପାରା ଆଥଲେଟିକ୍ସ ଚମ୍ପିଆନସିପରେ ଆମେରିକୀୟ ଆଥେଲେଟ୍ ବ୍ରେନା କ୍ଲାର୍କଙ୍କ ରେକର୍ଡ଼ ଭାଙ୍ଗିଥିଲେ । ଏହି ଚମ୍ପିଆନସିପରେ ତୁର୍କୀର ଆୟସେଲ ଓଣ୍ଡର ୫୫.୧୯ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଏବଂ ଇକ୍ୱାଡୋରର ଲିଜାନଶେଲା ଏଙ୍ଗୁଲୋ ୫୬.୬୮ ସେକେଣ୍ଡରେ ରେସ୍ ଶେଷ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହା ପୂର୍ବରୁ ରବିବାର ହୋଇଥିବା ହିଟରେ ୫୬.୧୮ ୫୬.୧୮ ସେକେଣ୍ଡରେ ଫାଇନାଲରେ ସ୍ଥାନ ପକ୍କା କରିବା ସହ ଏସୀୟ ରେକର୍ଡ଼ ସ୍ଥାପନ କରିଥିଲେ । ୨୦୨୨ ମସିହାରୁ ସେ ଦୌଡ଼ିବା ଆରମ୍ଭ କରିଥିଲେ । କହିରଖୁଛୁ ବିଶ୍ୱ ପାରା ଆଥଲେଟିକ୍ସ ଚମ୍ପିଆନସିପ ୨୦୨୪ରେ ଭାରତ ମୋଟ୍ ୪ଟି ପଦକ ଜିତିଛି । ଏଥିମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ସାମିଲ ଅଛି । ମେ ୧୭କୁ ଆରମ୍ଭ ହୋଇଥିବା ଏହି ଚମ୍ପିଆନସିପ୍ ମେ ୨୫ରେ ସମାପ୍ତ ହେବ ।

Get real time updates directly on you device, subscribe now.