fbpx

Parenting Tips: ଜିଦିଆ ପିଲାଙ୍କୁ ଏମିତି ଶିଖାନ୍ତୁ ଶିଷ୍ଟାଚାର, ଆପଣାନ୍ତୁ ଏହି ସହଜ ଉପାୟ

ଓଡ଼ିଶା ଭାସ୍କର: ଆଜିକାଲି ଜିଦିଆ ପିଲାଙ୍କୁ ସମ୍ଭାଳିବା ମାତା ପିତାଙ୍କ ପାଇଁ ଏକ ପ୍ରକାର ଆହ୍ୱାନ ପାଲଟିଯାଇଛି । ବିଶେଷ କରି ଏକକ ପରିବାରରେ ଉଭୟ ଦମ୍ପତ୍ତି କର୍ମଜୀବୀ ହୋଇଥିବାରୁ ସେମାନଙ୍କ ସନ୍ତାନ ଅଧିକ ବିଶୃଙ୍ଖଳିତ ହୋଇଥାନ୍ତି । ଅପରପକ୍ଷରେ କର୍ମଜୀବୀ ଦମ୍ପତ୍ତି ସେମାନଙ୍କ ସନ୍ତାନକୁ କମ୍ ବୟସରୁ ହାତରେ ମୋବାଇଲ ଦେଇଥାନ୍ତି । ପରିଣାମ ସ୍ୱରୂପ ପିଲାଟି ଖେଳକୁଦ ଛାଡ଼ି କମ୍ ବୟସରୁ ସୋସିଆଲ ଲାଇଫରୁ ଦୂରେଇ ଯାଇଥାଏ ଏବଂ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଯାଇଥାଏ । ପିଲାଙ୍କୁ ଶିଷ୍ଟାଚାର ଶିଖାଇବା ସହଜ ପାଠ ନୁହେଁ । ପିଲାଙ୍କ ମନ କୋମଳ ତେଣୁ ମାତା ପିତାଙ୍କୁ ସ୍ନେହ ଏବଂ ଧୈର୍ଯ୍ୟ ସହ ସେମାନଙ୍କ ଭବିଷ୍ୟତ ଗଢ଼ିବା ଦିଗରେ ପ୍ରୟାସ କରିବା ଉଚିତ । ଜିଦିଆ ପିଲାଙ୍କ ଉପରେ ବଳ ପ୍ରୟୋଗ କରି ଶିଷ୍ଟାଚାର ଶିଖାଇବା ଅନେକାଂଶରେ ବିଫଳ ହୋଇଥାଏ । ତେବେ ଏଭଳି ସ୍ଥିତିକୁ ଏଡ଼ାଇବା ପାଁଇ ମାତା ପିତାମାନେ ନିମ୍ନଲିଖିତ ଟିପ୍ସ ଆପଣାଇପାରିବେ ।

୧. ଦୁଇ ଜଣ କଥା ହେଉଥିବା ସମୟରେ କିଛି ବି କହିବା ଅଭଦ୍ରାମି ଅଟେ । କିଛି କହିବାକୁ ଚାହୁଁଥିଲେ ସେମାନଙ୍କ କଥା ଶେଷ ହେବାର ଅପେକ୍ଷା କରିବା ପାଇଁ ବୁଝାନ୍ତୁ ।

୨. କାହାର ବିନା ଅନୁମତିରେ ସେମାନଙ୍କ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ । ଏହା ଉଭୟ ମାତା ପିତାଙ୍କ ଏବଂ ପିଲାଙ୍କ ଇମେଜ୍ ଉପରେ ପ୍ରଭାବ ପକାଇପାରେ ।

୩. କୌଣସି ଜିନିଷ ବ୍ୟବହାର କରିବା ପରେ ଯଥା ସ୍ଥାନରେ ରଖିବା ଉଚିତ । ଏହା ଦ୍ୱାରା ଜିନିଷ ବ୍ୟବସ୍ଥିତ ରହିଥାଏ ଏବଂ ହଜିନଥାଏ ।

୪. ସମସ୍ତଙ୍କ ସହ ନମ୍ର ବ୍ୟବହାର ଏବଂ ସଭ୍ୟ ଭାଷାରେ କଥାବାର୍ତ୍ତା କରିବା ଉଚିତ । ଆପଣ ଆଶା କରୁଥିବା ବ୍ୟବହାର ଅନ୍ୟ ପ୍ରତି ମଧ୍ୟ ଦର୍ଶାଇବା ଉଚିତ ।

୫. ପିଲାଙ୍କୁ ସରି ଏବଂ ଥ୍ୟାଙ୍କ୍ ୟୁ କହିବା ଶିଖାନ୍ତୁ । ନିଜ ଭୁଲ ଥିଲେ ସ୍ୱିକାର କରିବା ଉତ୍ତମ ଗୁଣର ଲକ୍ଷଣ ଅଟେ । ସେହିପରି କିଏ ଆପଣଙ୍କୁ ସାହାଯ୍ୟ କରିଥିଲେ ପ୍ରତିବଦଳରେ ଥ୍ୟାଙ୍କ୍ ୟୁ କହିବା ଉଚିତ । ଏହା ସମ୍ପର୍କ ସୁଦୃଢ଼ କରିବା ପାଇଁ ସହାୟକ ହୋଇଥାଏ ।

 

Get real time updates directly on you device, subscribe now.