fbpx

ଓମିକ୍ରନ ଭାଇରସ୍ ଚିହ୍ନଟ ହେଲେ ସ୍କୁଲ ବନ୍ଦ କରିବା ସପକ୍ଷରେ ଅଭିଭାବକ: ସର୍ଭେ

ନୂଆଦିଲ୍ଲୀ : ସେହି ସମୟରେ ହିଁ ସ୍କୁଲ ବନ୍ଦ କରାଯାଉ ଯେତେବେଳେ ତାଙ୍କ ଜିଲ୍ଲା କିମ୍ବା ଆଖପାଖ ଅଞ୍ଚଳର ୨୫ କିଲୋମିଟର ଭିତରେ କରୋନା ଭାଇରସର ନୂତନ ସ୍ୱରୂପ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବ । ଏକ ନୂତନ ସର୍ବେକ୍ଷେଣ ଅନୁଯାୟୀ, ଅଧିକାଂଶ ଅଭିଭାବକ ଏହି ମତାମତ ଦେଇଛନ୍ତି । କୋଭିଡ୍-୧୯ର ନୂତନ ସ୍ୱରୂପ ଓ ବଢୁଥିବା ଚିନ୍ତା ମଧ୍ୟରେ ଏହି ସର୍ଭେ କରାଯାଇଛି । ଏଥିରେ ୧୦ ହଜାରରୁ ଅଧିକ ଅଭିଭାବକ ନିଜର ମତାମତ ରଖିଛନ୍ତି । ସର୍ବେକ୍ଷେଣରେ ଦେଶର ୩୩୨ରୁ ଅଧିକ ଜିଲ୍ଲାର ଲୋକଙ୍କୁ ସାମିଲ୍ କରାଯାଇଛି । ଏଥିରେ ୬୧ ପ୍ରତିଶତ ପୁରୁଷ ଏବଂ ୩୯ ପ୍ରତିଶତ ମହିଳା ଥିଲେ ।

ଅନଲାଇନ ପ୍ଲାଟଫର୍ମ ‘ଲୋକାଲ ସର୍କଲ୍ସ’ ଦ୍ୱାରା ହୋଇଥିବା ସର୍ବେକ୍ଷେଣ ଅନୁଯାୟୀ, ଅଧିକାଂଶ ମାତାପିତା ନିଜ ଜିଲ୍ଲାରେ କିମ୍ବା ଆଖପାଖ ଜିଲ୍ଲାରେ ଓମିକ୍ରନର କୌଣସି ମାମଲା ଚିହ୍ନଟ ହେଲେ ସ୍କୁଲ ବନ୍ଦ କରିବା କଥା କହିଛନ୍ତି । ୧୨ ପ୍ରତିଶତ ଲୋକଙ୍କ ମତରେ ଯଦି ତାଙ୍କ ଜିଲ୍ଲା ଏବଂ ପଡୋଶୀ ଜିଲ୍ଲାରେ ଓମିକ୍ରନର ସଂକ୍ରମିତର ଗୋଟିଏ ବି ମାମଲା ଚିହ୍ନଟ ହୁଏ ତେବେ ସ୍କୁଲ ବନ୍ଦ କରିଦେବା ଉଚିତ୍ । ଏବେ ମଧ୍ୟ ସ୍କୁଲରେ କରୋନା ମୁକାବିଲା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉନଥିବା କହିଛନ୍ତି ଅଭିଭାବକ ।

ଇନଷ୍ଟିଚ୍ୟୁଟ୍ ଅଫ ଜିନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ନିର୍ଦ୍ଦେଶକ ଡ. ଅନୁରାଗ ଅଗ୍ରୱାଲ କହିଛନ୍ତି, ଲୋକେ ଏବେ ମଧ୍ୟ ଓମିକ୍ରନକୁ ଅନୁଭବ କରି ପାରୁ ନାହାନ୍ତି । ଲୋକଙ୍କୁ ଏହା ବୁଝିବା ଉଚିତ୍ ଯେ, ବ୍ୟକ୍ତିଗତ ସୁରକ୍ଷା ଉପାୟରେ ହିଁ ଦୀର୍ଘ ସମୟ ଧରି ନିଜକୁ ସୁରକ୍ଷା ମିଳିଥାଏ । ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ କୋଭିଡ୍ ନିୟମ ପାଳନ କରିବାର ମହତ୍ୱ ବୁଝିବା ଉଚିତ୍ । ଡ. ଅନୁରାଗ କହିଛନ୍ତି ଓମିକ୍ରନକୁ ନେଇ କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ଅତି କମରେ ଡିସେମ୍ବର ଶେଷ ସୁଦ୍ଧା ଅପେକ୍ଷା କରିବାକୁ ପଡିବ । ସାଧାରଣତଃ ଲହରର ପ୍ରାରମ୍ଭିକ ହାଲୁକା ଏବଂ କମ ଗମ୍ଭୀର ହୋଇଥାଏ ।

 

Get real time updates directly on you device, subscribe now.