ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା 7 ଟି ପରିବା ଦୋକାନ

ପାରାଦୀପ: ହୁତୁ ହୁତୁ ହୋଇ ଜଳିଗଲା ପରିବା ମାର୍କେଟ। ପାରାଦୀପ ବଡ଼ପଡ଼ିଆ ପରିବା ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଜଳିଗଲା 7 ଟି ପରିବା ଦୋକାନ।

ଏହି ଅଗ୍ନିକାଣ୍ଡ ପାଇଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି, ଯାହାକୁ ନେଇ ଚିନ୍ତାରେ ପରିବା ଦୋକାନୀ। ଏହି ନିଆଁ ବିଳମ୍ବିତ ରାତିରେ ଲାଗିଥିବାରୁ ଏହାର କାରଣ ଅସ୍ପଷ୍ଟ ରହିଥିବାବେଳେ ନିଆଁକୁ ଆୟତ୍ତ କରିଛନ୍ତି 2 ଟି ଅଗ୍ନିଶମ ଟିମ।