ଦେଖନ୍ତୁ (Video) ପରୀକ୍ଷା ପେ’ ଚର୍ଚ୍ଚା ୨୦୨୫: ନିଜ ସହ କଥା ହେବା ଉଚିତ୍ ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ନିଜ ସହ କଥା ହେବା ଉଚିତ୍ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା ଆରମ୍ଭ ।

କେବେ କେବେ ନିଜ ସହ କଥା ହେବା ଉଚିତ୍ ବୋଲି କହିଲେ ମୋଦି । ଯେଉଁଠି କେହି ନ ଥିବେ ସେଠାରେ ଆପଣ ପହଞ୍ଚନ୍ତୁ ; ନେତୃତ୍ୱ ନେଇପାଇବେ ।

ଉତ୍ତର ସ୍ୱାସ୍ଥ୍ୟ ପାଇଁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ।

ପରୀକ୍ଷା ଓ କ୍ୟାରିୟର ପାଇଁ ଆଜି ମୋଦି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କୁ ଅନେକ ଟିପ୍ସ ପ୍ରଦାନ କରିବେ । ମୋଦିଙ୍କ ଟିପ୍ସ ନେବେ ପ୍ରାୟ ୩.୩୦ କୋଟି ଛାତ୍ରଛାତ୍ରୀ ।

ପାଠ ପଢ଼ା ସମୟରେ ଏକାଗ୍ରତା ଜରୁରୀ । ପରୀକ୍ଷାକୁ ଡର ନାହିଁ, ନିଜକୁ ଚ୍ୟାଲେଞ୍ଜ କର । ୨୪ ଘଣ୍ଟିଆ ଟାଇମ୍ ମ୍ୟାନେଜମେଣ୍ଟ ଶିଖ ।

ମନକୁ ସ୍ଥିର ରଖିବାକୁ ପଡ଼ିବ । ନେତୃତ୍ୱ ପାଇଁ ଟିମ୍ ୱାର୍କ ବହୁତ ଜରୁରୀ । ଭରସା ନେତୃତ୍ୱ ନେବାର ବଡ଼ ଶକ୍ତି । କଷ୍ଟକର ବିଷୟକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କର ।

ପଢ଼ିବା ସହ ଲେଖିବା ଉପରେ ଗୁରୁତ୍ୱ ଦିଅ । ଚାପଠାରୁ ଦୂରେଇ ରହିବା ପାଇଁ ମନକୁ ଶାନ୍ତ ରଖ ।