fbpx

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ରେକର୍ଡ ସଂଖ୍ୟକ ୨ କୋଟି ୨୬ ଲକ୍ଷରୁ ଅଧିକ ପଞ୍ଜୀକରଣ

ନୂଆଦିଲ୍ଲୀ: ଚଳିତମାସ ୨୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ୨୦୨୪ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଭାବ ବିନିମୟ କରିବେ । ପ୍ରଧାନମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ସପ୍ତମ ସଂସ୍କରଣ ହେବ । ପରୀକ୍ଷା ପେ ଚର୍ଚ୍ଚାରେ ଭାଗ ନେବା ଲାଗି ବର୍ତ୍ତମାନ ସୁଦ୍ଧା ରେକର୍ଡ ସଂଖ୍ୟକ ୨ କୋଟି ୨୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ଚଳିତବର୍ଷ ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜନ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରୁ ଚାପମୁକ୍ତ କରିବା ଉଦ୍ଦେଶ୍ୟରେ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ୨୦୧୭ ମସିହାରୁ ଆରମ୍ଭ କରିଛନ୍ତି ।

୨୯ ଜାନୁଆରୀରେ ଦିଲ୍ଲୀର ‘ଭାରତ ମଣ୍ଡପମରେ ‘ପରୀକ୍ଷା ପେ ଚର୍ଚ୍ଚା’ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଛାତ୍ରୀଛାତ୍ରମାନଙ୍କୁ ଅଧ୍ୟୟନର କୌଶଳ ଶିକ୍ଷା ଦିଅନ୍ତି। ଏଥର କାର୍ଯ୍ୟକ୍ରମ ହେଉଛି ପରୀକ୍ଷା ପେ ଚର୍ଚ୍ଚା ର ସପ୍ତମ ପର୍ଯ୍ୟାୟ। ଏଥିରେ ଚାରି ହଜାରରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.