fbpx

(Video) ପ୍ୟାରିସ ଅଲିମ୍ପକରେ ବହିବ ରକ୍ତର ନଦୀ, ହମାସ ଆତଙ୍କବାଦୀ ଚେତାବନୀ ଜାରି କରି ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ୨୬ ଜୁଲାଇରେ ପ୍ୟାରିସ ଅଲିମ୍ପିକ୍ ଆରମ୍ଭ ହେବାକୁ ଯାଉଛି, ହେଲେ ଏହା ପୂର୍ବରୁ ଆତଙ୍କବାଦୀଙ୍କୁ ଚେତାବନୀ ଜାରି ହୋଇଛି । ପ୍ୟାରିସ ଅଲିମ୍ପିକକୁ ନେଇ ହମାସ ଆତଙ୍କବାଦୀ ଚେତାବନୀ ଦେଇଛନ୍ତି ଯେ, ପ୍ୟାରିସରେ ରକ୍ତ ନଦୀ ବହିବ । ଏଥିରେ ପ୍ୟାରିସ ଅଲିମ୍ପିକ୍ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଇଣ୍ଟେଲିଜେନ୍ସର ଟୀମ ଏହା ଉପରେ କାର୍ଯ୍ୟ କରୁଛି । ହମାସ ଆତଙ୍କବାଦୀ ଏକ ଧମକପୂର୍ଣ୍ଣ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଜାରି କରିଛି ।

ହମାସର ଏହି ଆତଙ୍କବାଦୀଙ୍କ ଭିଡିଓ ମଙ୍ଗଳବାର ଦିନ ଜାରି କରାଯାଇଛି । ପ୍ୟାରିସ ଅଲମ୍ପିକ ୨୦୨୪ ଆଗାମୀ ୨୬ ଜୁଲାଇରେ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରତିଯୋଗୀତା ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହି ଅଲିମ୍ପିକରେ ଇସ୍ରାଏଲ ମଧ୍ୟ ଭାଗ ନେବ । ହମାସର ଏହି ଭୟଙ୍କର ଭିଡିଓରେ, ଜଣେ ମୁଖା ପିନ୍ଧିଥିବା ବ୍ୟକ୍ତି ଫ୍ରାନ୍ସ ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଧମକ ଦେଇଛନ୍ତି ଯେ, ପାଲେଷ୍ଟାଇନ ସହ ଯୁଦ୍ଧ ସହ ସେମାନେ ‘ଜିଓନିଷ୍ଟ ଶାସନ’ ପକ୍ଷ ରଖିବା ପାଇଁ ପରିଣାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ଉଚିତ୍ ।

ଏହି ଭିଡିଓରେ ଆତଙ୍କବାଦୀ ଜଣକ ଗାଢ ରଙ୍ଗର ବସ୍ତ୍ର ପିନ୍ଧିବା ସହ ମୁହଁକୁ କପଡାରେ ଘୋଡାଇ, ଛାତିରେ ପାଲେଷ୍ଟାଇନର ପତାକା ଲଗାଇଥିବା ନଜର ଆସିଛି । ଆତଙ୍କବାଦୀ କହିଛନ୍ତି ଯେ, ପ୍ୟାରିସରେ ରକ୍ତର ନଦୀ ପ୍ରବାହିତ ହେବ । ଏହା ଏକ ବଡ଼ ଆକ୍ରମଣକୁ ଦର୍ଶାଉଛି । କଟାଯାଇଥିବା ନକଲି ମୁଣ୍ଡ ଧରିଥିବା ବ୍ୟକ୍ତିଙ୍କ ସହ ଭିଡିଓ ଶେଷ ହୋଇଛି । କେତକ ଅନୁମାନ କରୁଛନ୍ତି ଯେ, ଭିଡିଓଟି ହମାସ୍ ସହ ଲିଙ୍କ ଥାଇପାରେ, ହେଲେ ଏହାକୁ ଗୋଷ୍ଠୀ ସହ ଯୋଡିବାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ ।

https://x.com/MithilaWaala/status/1815812136842768816?t=y89i0RMVkt4fgZ6jbIXqow&s=19

Get real time updates directly on you device, subscribe now.