fbpx

Paris Olympics 2024: ଅଲମ୍ପିକ୍ସ ସମୟରେ ମଦ ପିଇ ପାରିବେ ଖେଳାଳି! ଏମିତି ରହିଛି ନିୟମ

ଓଡିଶା ଭାସ୍କର: ଆଜିଠୁ ଅଫିସିଆଲି ପ୍ୟାରିସ ଅଲମ୍ପିକ୍ସ ୨୦୨୪ ମହାକୁମ୍ଭର ଆରମ୍ଭ ହେବ । ସାରାବିଶ୍ୱରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଏଥିରେ ଭାଗ ନେବେ । ଭାରତରୁ ପ୍ରାୟ ୧୧୭ ଜଣ ଖେଳାଳି ଏଥିରେ ନିଜର ପ୍ରତିଭାର ଛାପ ଛାଡିବା ପାଇଁ ଲଢିବେ । ଯାହାଙ୍କ ଉପରେ ସାରା ଦେଶର ନଜର ରହିବ । ଏହିକ୍ରମରେ ଅଲମ୍ପିକ୍ସରେ ଖେଳାଳିଙ୍କୁ ବହୁତଗୁଡାଏ ନିୟମ ମାନିବାକୁ ପଡିଥାଏ । ତେବେ ଆପଣ ଜାଣନ୍ତ ଜଣେ ଖେଳାଳି ଅଲମ୍ପିକ୍ସରେ ମଦ ପିଇପାରିବ କି!

କହିରଖୁ, ଅଲମ୍ପିକ୍ସ ଖେଳରେ ମଦ ଓ ସିଗାରେଟ ଉପରେ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧ ଲାଗିଛି । ଯଦି କୌଣସି ଖେଳ ସମୟରେ ମଦ ପିଉଥିବ କିମ୍ବା ସିଗାରେଟ ଟାଣୁଥିବ, ତେବେ ତାହା ଦୃଷ୍ଟିଗୋଚର ହେଲେ ତାହାକୁ ପ୍ରତିଯୋଗିତାରୁ ବାହାର କରି ଦିଆଯିବ । ଏହାବାଦ ଅଲମ୍ପିକ୍ସ ଖେଳର ଅଭ୍ୟାସ ସମୟରେ ମଧ୍ୟ କୌଣସି ଖେଳାଳି ଏହି କାର୍ଯ୍ୟରେ ଲିପ୍ତ ଥିଲେ ତାହାକୁ ମଧ୍ୟ ଅଲମ୍ପିକ୍ସରୁ ବାହାର କରି ଦିଆଯିବାର ନିୟମ ରହିଛି ।

ଏଭଳି ଏକ ଘଟଣା ଚଳିତ ଅଲମ୍ପିକ୍ସର ପ୍ରାରମ୍ଭରେ ଦେଖିବାକୁ ମିଳିଛି । ଜାପାନର ଜଣେ ଖେଳାଳିଙ୍କୁ ଏଭଳି ନିୟମ ବିରୋଧୀ କାମ ପାଇଁ ପ୍ରତିଯୋଗିତାରୁ ବାହାର ହେବାକୁ ପଡିଛି । ଜାପାନର ମହିଳା କଳାତ୍ମକ ଜିମ୍ନାଷ୍ଟିକ ଦଳର ୧୯ ବର୍ଷୀୟ ଅଧିନାୟିକା ଶୋକୋ ମିୟାତା ନିଜର ନାମକୁ ଅଲିମ୍ପିକ୍ସ ଭଳି ଖେଳାର ମହାକୁମ୍ଭରୁ ବାଧ୍ୟ ହୋଇ ଫେରେଇ ନେଇଛନ୍ତି ଏହି କାର୍ଯ୍ୟ କରି । ସେ ଧୁମ୍ରପାନ କରି ଦଳର ଆଚାର ସଂହିତାର ଉଲଂଘନ କରିଥିଲେ ।

Get real time updates directly on you device, subscribe now.