fbpx

ମେଡିକାଲ ସାଇନ୍ସର ଚମତ୍କାର: ଏବେ ୧୫ ବର୍ଷ ପୂର୍ବରୁ ଜଣାପଡ଼ିବ ପାର୍କିଂସନ ରୋଗ ବିଷୟରେ, ରିସର୍ଚ୍ଚରୁ ପ୍ରକାଶ

ନୂଆଦିଲ୍ଲୀ: ଦିନକୁ ଦିନ ମେଡିକାଲ ସାଇନ୍ସରେ ଅଗ୍ରଗତି ହେବାରେ ଲାଗିଛି । ବୈଷୟିକ ଉନ୍ନତି ଯୋଗୁଁ ଜଟିଳ ରୋଗର ଚିକିତ୍ସା ମଧ୍ୟ ସମ୍ଭବପର ହୋଇପାରୁଛି । ଏଥିମଧ୍ୟରେ ପାର୍କିଂସନ୍ସ ରୋଗ(Parkinson’s Disease) ଅନ୍ୟତମ । ବିଶ୍ୱର ବେଜ୍ଞାନିକମାନେ ମଧ୍ୟ ଏହାର ଉପଶମ ଖୋଜବାରେ ବିଫଳ ହେଉଛନ୍ତି । ତେଲ ଅଭିଭ ବିଶ୍ୱବିଦ୍ୟାଳୟ(Tel Aviv University)ର ଗବେଷକମାନେ ଏହି ରୋଗକୁ ନେଇ ନୂତନ ତଥ୍ୟ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ବ୍ୟକ୍ତି ଜଣଙ୍କ ରୋଗକୁ ସମୟ ପୂର୍ବରୁ ଚିହ୍ନଟ କରିବା ସହ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇପାରିବ ।

ଅଭିଭ ବିଶ୍ୱବିଦ୍ୟାଳୟର ଗବେଷକମାନେ ମନୁଷ୍ୟ ଶରୀର କୋଷରେ ଜମିଥିବା ପ୍ରୋଟିନ୍ ଚିହ୍ନଟ କରିବାର ଏକ ପଦ୍ଧତି ପ୍ରସ୍ତୁତ କରିଛନ୍ତି । ଏହି ପଦ୍ଧତି ଦ୍ୱାରା ପାର୍କିଂସନ୍ସ ରୋଗକୁ ଚିହ୍ନଟ କରିବା ସହଜ ହେବ । ଅର୍ଥାତ ପ୍ରାରମ୍ଭକ ଲକ୍ଷଣ ଦେଖାଯିବାର ୧୫ ବର୍ଷ ପୂର୍ବରୁ ପାର୍କିଂସନ୍ସ ରୋଗ ବିଷୟରେ ଜାଣି ହେବ । ରିସର୍ଚ୍ଚ ଅନ୍ତର୍ଗତ ୨ଟି ଜିନ୍ ମୁ୍ୟଟେସନ୍ ଉପରେ ଫୋକସ୍ କରାଯାଇଥିଲା ଯାହା ଆକ୍ସେନାଜି ଯିଦୁଦୀମାନଙ୍କ ଠାରେ ବହୁ ପରିମାଣରେ ମିଳିଥାଏ । ପ୍ରଫେସର ଅଶେରୀ ଏବଂ ସାଡେଙ୍କ ନେତୃତ୍ୱରେ ଇସରାଏଲ ମେଡିକାଲ ସେଣ୍ଟର, ଜର୍ମାନୀ ଏବଂ ଆମେରିକାର ଅନୁସନ୍ଧାନକାରୀମାନେ ଏହି ଆବିଷ୍କାର କରିଛନ୍ତି । ଏକ ସାକ୍ଷାତକାରରେ ପ୍ରଫେସର ଅଶେରୀ କହିଥିଲେ, ‘ଆଶା କରୁଛୁ ଆଗାମୀ ସମୟରେ ପାର୍କିଂସନ୍ସ ରୋଗୀଙ୍କ ଚିକିତ୍ସା ସମ୍ଭବପର ହୋଇପାରିବ । ଏହା ରୋଗର ବିକାଶରେ ବାଧା ସୃଷ୍ଟି କରିଥାଏ । ଏହି ରିସର୍ଚ୍ଚ ପାଇଁ ସୁପର ରିଜଲୁ୍ୟସନ୍ ମାଇକ୍ରୋସ୍କୋପ ବ୍ୟବହାର କରାଯାଇଛି । ଏଥିରେ ଗବେଷକମାନେ ପାର୍କିଂସନ୍ସ ରୋଗୀଙ୍କ କୋଷ ପରୀକ୍ଷା କରିଥିଲେ । ଏଥିରେ ମସ୍ତିଷ୍କ ପରିବର୍ତ୍ତେ ତ୍ୱଚାର କୋଷ ପରୀକ୍ଷଣ କରାଯାଇଥିଲା ।’ କହିରଖୁଛୁ ଏହି ଷ୍ଟଡି ଏକ ସାଇଣ୍ଟିଫିକ୍ ଜର୍ଣ୍ଣାଲ ‘ଫ୍ରଣ୍ଟିୟର୍ସ ଇନ୍ ମଲିକୁଲାର ନୁ୍ୟରୋ ସାଇନ୍ସ’ରେ ପ୍ରକାଶିତ ହୋଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ପାର୍କିଂସନ୍ସ ରୋଗ ହେଉଛି ଏକ ମସ୍ତିଷ୍କ ସ୍ଥିତି ଯେଉଁଥିରେ ମାଂସପେଶୀରେ ଭିଷଣ ଯନ୍ତ୍ରଣା, କମ୍ପନ ଏବଂ କହିବାରେ ଅସୁବିଧା ଅନୁଭବ ହୋଇଥାଏ । ଗତ ୨୫ ବର୍ଷରେ ପାର୍କିଂସନ୍ସ ରୋଗ ଦ୍ୱିଗୁଣିତ ବୃଦ୍ଧି ପାଇଛି । ବିଶ୍ୱରେ ପ୍ରାୟ ୮.୫ ମିଲିୟନ୍ ଲୋକ ଏହି ରୋଗରେ ପୀଡ଼ିତ । ଇଜରାଏଲରେ ପ୍ରତି ବର୍ଷ ୧୨୦୦ ପୀଡ଼ିତଙ୍କୁ ଚିହ୍ନଟ କରାଯାଇଥାଏ । ବାସ୍ତବରେ ପାର୍କିଂସନ୍ସ ମିଡ୍ ବ୍ରେନର ସବ୍ସଟାନ୍ସିଆ ନିଗ୍ରା ଏରିଆରେ ଡୋପାମାଇନର ଉତ୍ପାଦନ କରୁଥିବା ନୁ୍ୟରନ୍ସ ନଷ୍ଟ ହେବା ଦ୍ୱାରା ଉତ୍ପନ୍ନ ହୋଇଥାଏ ।

Get real time updates directly on you device, subscribe now.