ନୂଆଦିଲ୍ଲୀ: ସଂସଦ ଭବନରେ ସନ୍ଦିଗ୍ଧଙ୍କ ପ୍ରବେଶ ମାମଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଗିରଫ ଅଭିଯୁକ୍ତ ସାଗର ପୋଲିସର ପଚରାଉଚୁରା ସମୟରେ ଏକ ବଡ ଖୁଲାସା କରିଛି । ସେ କହିଛି ପ୍ରଥମେ ସେମାନଙ୍କର ଯୋଜନା ଥିଲା ସଂସଦ ଭବନ ବାହାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେବା । କିନ୍ତୁ ପରେ ସେମାନେ ଏହି ପ୍ଲାନ ବଦଳାଇଥିଲେ ।
ଦିଲ୍ଲୀ ପୋଲିସ ସ୍ପେସିଆଲ ସେଲ୍ ନିକଟରେ ସାଗର କହିଛି Gel ପରି ଏକ ପଦାର୍ଥ ଅନଲାଇନ୍ରେ କିଣିବାର ଯୋଜନା କରାଯାଇଥିଲା । ଏହାକୁ ଶରୀରରେ ଲଗାଇବା ଦ୍ୱାରା ନିଆଁରୁ ନିଜକୁ ରକ୍ଷା କରାଯାଇ ପାରିଥାନ୍ତା । କିନ୍ତୁ ଅନଲାଇନ୍ ପେମେଣ୍ଟ ହୋଇ ନ ପରିବାରୁ Gelକିଣାଯାଇ ପାରି ନ ଥିଲା ଓ ସଂସଦ ବାହାରେ ଦେହରେ ନିଆଁ ଲଗାଇବା ଯୋଜନାକୁ ଟାଳି ଦିଆଯାଇଥିଲା ।
ଅନ୍ୟପକ୍ଷରେ ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ସିନ୍ ରିକ୍ରିଏସନ କରିପାରେ । ଏଥିପାଇଁ ସଂସଦ ଭବନରୁ ଅନୁମତି ନିଆଯିବ । ଇତିମଧ୍ୟରେ ଏହା ସାମ୍ନାକୁ ଆସିଛି କି ଅଭିଯୁକ୍ତ ନିଜ ସହ ୭ଟି ସ୍ମୋକ୍ କେନ୍ ଧରି ସଂସଦରେ ପ୍ରବେଶ କରିଥିଲେ ।