ନୂଆଦିଲ୍ଲୀ: ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି।
ଅପରେସନ ସିନ୍ଦୂର ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ବିରୋଧୀଙ୍କ କ୍ରମାଗତ ଦାବି ମଧ୍ୟରେ ସରକାର ଏହି ଘୋଷଣା କରିଛନ୍ତି।
ସଂସଦର ମୌସୁମୀ ଅଧିବେଶନରେ ବୀମା ସଂଶୋଧନ ବିଲ୍ ଆଗତ ହୋଇପାରେ। ଏହି ବିଲ୍ ବୀମା କ୍ଷେତ୍ରରେ FDI ସୀମାକୁ 100 ପ୍ରତିଶତକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଲ୍ ର ଡ୍ରାଫ୍ଟ ପ୍ରସ୍ତୁତ ଏବଂ ଖୁବ୍ ଶୀଘ୍ର ଏହାକୁ କ୍ୟାବିନେଟ୍ ସମ୍ମୁଖରେ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। କ୍ୟାବିନେଟ୍ ର ଅନୁମୋଦନ ପରେ, ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗ ସଂସଦରେ ବିଲ୍ ଆଗତ କରିବାର ପ୍ରକ୍ରିୟା ଆରମ୍ଭ କରିବ।