fbpx

ସଂସଦର ଶୀତକାଳୀନ ଅଧିବେଶନରେ ହଙ୍ଗାମା, ୧୨ଟା ପର୍ଯ୍ୟନ୍ତ ଗୃହ ସ୍ଥଗିତ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବା ପରେ ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ଏଥର ବେଶ୍ ଗରମ ରହିବ । ଆଜି ପ୍ରଥମ ଦିନରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ସହ ଜଡିତ ରିପୋର୍ଟ ଉପସ୍ଥାପନ ହେବାର ଥିଲା । କିନ୍ତୁ ଏହି ମାମଲାରେ ଆଜି ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପିତ ହେବ ନାହିଁ ବୋଲି ଜଣାପଡିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଲୋକସଭାର ଏଥିକ୍ସ ପ୍ୟାନେଲର ଯାଞ୍ଚ ପରେ ଟିଏମସି ସାଂସଦଙ୍କୁ ବହିଷ୍କାର କରିବାକୁ ସୁପାରିସ କରାଯାଇଛି । କଂଗ୍ରେସ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଦାବୀ କରିଛି ।

କିନ୍ତୁ ଆରମ୍ଭରୁ ଲୋକସଭାର କାର୍ଯ୍ୟବାହୀକୁ ଦିନ୧୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଅଧିବେଶନ ଆରମ୍ଭରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଥିଲେ କି ମୁଁ ଆଜି ନିଜକୁ ଗୌରବାନ୍ୱିତ ମନେ କରୁଛି କି ମୁଁ ଆଜି ସଂସଦରେ ବିଧାୟକ ରୂପରେ ବସିବି । କାଲି ମୋତେ ବିଧାୟକ ଭାବରେ ପ୍ରମାଣପତ୍ର ମିଳିଛି । ତେବେ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ବିରୋଧୀଙ୍କୁ ସେମାନଙ୍କ କାମ କରିବାର ତରିକା ବଦଳାଇବାକୁ ପଡିବ । ସଂସଦରେ ପରାଜୟର ରାଗ ନ ଦେଖାଇ ଚିନ୍ତନ କରିବାକୁ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ମୋଦୀ । ସମସ୍ତଙ୍କ ଭବିଷ୍ୟତ ଉଜ୍‌ଜ୍ୱଳ ହେବ ନିରାଶ ହେବାର ଆବଶ୍ୟକତା ନାହିଁ ବୋଲି ସେ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ ।

Get real time updates directly on you device, subscribe now.