ସାବଧାନ୍! ‘ଫୁଲ ଟାଇମ୍’ ସହିତ ‘ପାର୍ଟ ଟାଇମ୍ ଜବ୍’ ପଡ଼ିବ ମହଙ୍ଗା, ଯାଇପାରେ ଚାକିରି

ନୂଆଦିଲ୍ଲୀ: ଆଇଟି କମ୍ପାନୀ ଇନଫୋସିସ୍ ନିଜ କର୍ମଚାରୀମାନଙ୍କୁ ‘ମୁନଲାଇଟିଙ୍ଗ’କୁ ନେଇ ଏକ ବଡ଼ ଚେତାମନୀ ଜାରି କରିଛି । ଏଚଆରଙ୍କ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ପଠାଯାଇଥିବା ଇ-ମେଲରେ କୁହାଯାଇଛି ଯେ, କୋଡ ଅଫ୍ କଣ୍ଡକ୍ଟ ଅଧିନରେ ‘ମୁନଲାଇଟିଙ୍ଗ’ର ଅନୁମତି ନାହିଁ । ଏହି ନିୟମର ଉଲ୍ଲଙ୍ଘନ କଲେ ଚାକିରିରୁ ବିଦା ହେବା ସମେତ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏହି ଇ-ମେଲର ନାମ ହେଉଛି ‘ନୋ ଟୁ ଟାଇମିଂ, ନୋ ମୁନଲାଇଟିଙ୍ଗ’ ।

ଇନଫୋସିସର HR ଏହି ଇ-ମେଲ୍ ୱିପ୍ରୋର ଅଜିମ୍ ପ୍ରେମଜୀଙ୍କ ସେହି ଟିପ୍ପଣୀ ପରେ ଆସିଛି, ଯେଉଁଥିରେ ସେ ‘ମୁନଲାଇଟିଙ୍ଗ’କୁ ଠକେଇ ବୋଲି କହିଥିଲେ । ‘ମୁନଲାଇଟିଙ୍ଗ’ ଅଧୀନରେ କର୍ମଚାରୀମାନଙ୍କୁ ସେମାନଙ୍କ ଚାକିରି ବ୍ୟତୀତ ଅନ୍ୟ କାର୍ଯ୍ୟ ପାର୍ଟ ଟାଇମ୍ ଚାକିରି କରିବାକୁ ଅନୁମତି ଦିଆଯାଇଥାଏ ।

ସୋମବାର ଜାରି କରାଯାଇଥିବା ଏହି ଇ-ମେଲରେ ଇନଫୋସିସ୍ ସ୍ପଷ୍ଟ ଭାବେ କହିଛି ଯେ, କର୍ମଚାରୀମାନଙ୍କୁ କମ୍ପାନୀର କାର୍ଯ୍ୟ ସମୟ ବ୍ୟତୀତ ଅନ୍ୟ କୌଣସି କମ୍ପାନୀ କିମ୍ବା ବ୍ୟକ୍ତିଙ୍କ ପାଇଁ କାମ କରିବାକୁ ଦିଆଯିବ ନାହିଁ । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଏକାସାଙ୍ଗରେ ଦୁଇଟି ସଂଗଠନ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି କଡ଼ା ଶୃଙ୍ଖଳାଗତ କାର୍ଯ୍ୟ ସମେତ ସମସ୍ତ କ୍ଷେତ୍ରରେ ନିରାଶ ହେବେ । ଏଭଳି ପରିସ୍ଥିତିରେ ଯେଉଁମାନେ ଫୁଲ ଟାଇମରେ ରହି ପାର୍ଟ ଟାଇମ କାମ କରୁଛନ୍ତି, ସେମାନେ ଉଚିତ୍ ପଦକ୍ଷେପ ନେବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି ।