fbpx

ପାର୍ଟନର୍ ଡିଲିଟ୍ କରିଦେଇଛନ୍ତି କି ହ୍ୱାଟସଆପରେ ପଠାଇଥିବା ମେସେଜ୍? ଏହି ଟ୍ରିକ୍ ଦ୍ୱାରା ଜାଣନ୍ତୁ

Advertisement

ନୂଆଦିଲ୍ଲୀ: ଆଜି କ ସମୟରେ ଲୋକମାନେ ନିଜର ବନ୍ଧୁ ଓ ପରିଜନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ମେସେଜିଂ ଆପ୍ ହ୍ୱାଟସଆପ୍ ର ବ୍ୟବହାର କରୁଛନ୍ତି । ଏହା ଏକ ଏପରି େଆପ୍ ଯେଉଁଥିରେ ଚାଟ୍ ଠାରୁ ଆରମ୍ଭ କରି ଭଏସ୍ କଲ୍, ଭିଡିଓ କଲ୍ , ଭଏସ୍ ମେସେଜ୍ ଓ ପେମେଣ୍ଟ୍ ସବୁକିଛି କରିହେଉଛି । କିଛି ସମୟ ପୂର୍ବରୁ ହ୍ୱାଟସଆପ୍ ଏକ ଫିଚର୍ ଜାରି କରିଥିଲା । ଯେଉଁଥିରେ ୟୁଜର୍ସ ମେସେଜ୍ ପଠାଇବା ପରେ ଡିଲିଟ୍ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଡିଲିଟ୍ ହୋଇଯାଇଥିବା ଏହି ମେସେଜ୍ କୁ ଆପଣ ପୁଣି କିପରି ପଢ଼ିପାରିବେ ।

ତେବେ ହ୍ୱାଟସଆପ୍ ରେ ପଠାଯାଇଥିବା ମେସେଜ୍ କୁ ଡିଲିଟ୍ କରିବାର ଦୁଇଟି ଉପାୟ ରହିଛି । ଗୋଟିଏ ହେଉଛି ଡିଲିଟ୍ ଫର୍ ମି ଏବଂ ଡିଲିଟ୍ ଫର୍ ଏଭ୍ରିୱାନ୍ । ପ୍ରଥମରେ ଆପଣ କେବଳ ନିଜ ପାଇଁ ଡିଲିଜ୍ କରିପାରିବେ ମେସେଜ୍ । ଅନ୍ୟଟିରେ ମେସେଜ୍ ଟିକୁ ଅପରପକ୍ଷ ଓ ନିଜ ପକ୍ଷ ପାଇଁ ମେସେଜ୍ ଡିଲିଟ୍ କରିପାରିବେ । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ କେହି ଜଣେ ପଠାଇଥିବା ମେସେଜ୍ କୁ ଡିଲିଟ୍ କରିଦେଉଛି କିମ୍ବା ଆପଣ କାହାର ମେସେଜ୍ କୁ ଡିଲିଟ୍ କରିଦେଉଛନ୍ତି ତାହେଲେ ତାକୁ ପଢ଼ିବା ମୁସ୍କିଲ୍ ।
କାରଣ ହ୍ୱାଟସଆପ୍ ରେ ସେହିଭଳି କିଛି ଫିଚର୍ ନାହିଁ ଯାହାଦ୍ୱାରା ଆପଣ ଡିଲିଟେଡ୍ ମେସେଜ୍ କୁ ପଢ଼ିପାରିବେ । ଏପରି କରିବାକୁ ଆପଣଙ୍କୁ ଥାର୍ଡ ପାର୍ଟି ଆପ୍ ର ସହାୟତା ନେବାକୁ ପଡ଼ିବ । ତେବେ ଏହି ଥାର୍ଡ ପାର୍ଟି ଆପ୍ କେବଳ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଏହା ଆଇଫୋନ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନୁହେଁ ।

ତେବେ ଡିଲିଟେଡ୍ ମେସେଜ୍ ପଢ଼ିବା ପାଇଁ ଆପଣ ଡବ୍ଲୁଏଏମଆର୍ ଆପ୍ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଖୁବ୍ ସହଜ । ଏହା ବ୍ୟତୀତ ଅନେକ ଆପ୍ ପ୍ଲେ ଷ୍ଟୋର୍ ରେ ଉପଲବ୍ଧ ରହିଛି । କିନ୍ତୁ ଏହି ଆପ୍ କୁ ବ୍ୟବହାର କରିବା ଖୁବ୍ ସହଜ । ଡବ୍ଲୁଏଏମଆର୍ ଆପ୍ କୁ ଡାଉନଲୋଡ୍ କରିବା ପରେ ଆପଣଙ୍କୁ ଏହାକୁ ଓପେନ୍ କରି ସେହି ସବୁ ଆପ୍ କୁ ଚୟନ କରିବାକୁ ହେବ ଯେଉଁସବୁକୁ ଆପଣ ମନିଟର୍ କରିବାକୁ ଚାହୁଁଛନ୍ତି । ଏହାପରେ ଆପଣ ହ୍ୱାଟସଆପ୍ କୁ ଚୟନ କରିବା ପରେ ସମସ୍ତ ତଥ୍ୟ ପଢ଼ନ୍ତୁ ଓ ସ୍ୱାଇପ୍ ଅପ୍ କରିଚାଲନ୍ତୁ, ଏହିପରି ଭାବେ ସେଟ୍ ଅପ୍ ଅପସନ୍ ରେ ପହଞ୍ଚିଯିବେ ।

ଏଠାରେ ଆପଣ ନୋଟିଫିକେସନ୍ ରିଡର୍ ପାଖରେ ଥିବା ଏନାବେଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ନୋଟିଫିକେସନ୍ ଆକ୍ସେସ୍ କରିବା ପାଇଁ ଫୋନ୍ ସେଟିଂକୁ ଏହା ଆପଣଙ୍କୁ ନେଇଯିବ । ସେଟିଂସ୍ ରେ ଡବ୍ଲୁଏଏମଆର୍ ଆପ୍ କୁ ଖୋଜନ୍ତୁ ଓ ନୋଟିଫିକେସନ୍ ପାଇଁ ଅନୁମତି ଦିଅନ୍ତୁ । ଏହାପରେ ଆପଣ ହ୍ୱାଟସଆପ୍ ରୁ ଡିଲିଟ୍ ହୋଇଥିବା ମେସେଜ୍ ସବୁକୁ ସହଜରେ ପଢ଼ିପାରିବେ ।

Get real time updates directly on you device, subscribe now.