fbpx

ମଝି ଚିଲିକାରେ ଫସିଥିବା ଡଙ୍ଗା ଉଦ୍ଧାର, ସମସ୍ତ ଯାତ୍ରୀ ସୁରକ୍ଷିତ

AAKASH

ଓଡ଼ିଶା ଭାସ୍କର: ମଝି ଚିଲିକାରେ ଫସି ରହିଥିବା ଡଙ୍ଗା ହେଲା ଉଦ୍ଧାର । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଯାନ୍ତ୍ରିକ ତୃଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିଲା ଯାତ୍ରୀବାହୀ ଡଙ୍ଗା ।

ସୂଚନାରୁ ପ୍ରକାଶ ଆଜି ସକାଳ ୭ଟା ୩୦ ପାଖାପାଖି ଜହ୍ନିକୁଦା ଘାଟ ପେଣ୍ଠରୁ ସାତପଡ଼ା ଅଭିମୁଖେ ବାହାରିଥିଲା ଯାତ୍ରୀବାହୀ ଡଙ୍ଗା । ମଏଁସା ନିକଟରେ ହଠାତ ଯାନ୍ତ୍ରିକ ତୃଟି କାରଣରୁ ଡଙ୍ଗାଟି ଅଟକି ଯାଇଥିଲା । ଫଳରେ ଯାତ୍ରୀମାନେ ଭୟଭିତ ହୋଇଥିଲେ । ପ୍ରାୟ ୨ ଘଣ୍ଟା ଧରି ମଝି ଚିଲିକାରେ ଫସି ରହିଥିବା ଡଙ୍ଗାରେ ୨୦ରୁ ଅଧିକ ଯାତ୍ରୀ ଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଡଙ୍ଗାଟି କୂଳକୁ ଆସିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.