fbpx

BIG BREAKING: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୪୦ ଜଣ ଆହତ ସୂଚନା

ଓଡ଼ିଶା ଭାସ୍କର(ଯାଜପୁର): ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ନିକଟ ବାରବାଟୀ ପୋଲରେ ଘଟିଛି ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା । ବସଟି ପୋଲରୁ ଓଲଟି ତଳେ ପଡିଥିବାର ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଦୁର୍ଘଟଣା ଅନେକ ଜଣଙ୍କୁ କ୍ଷତି ପହଞ୍ଚାଇଥିବା ଜଣାପଡିଛି। ଯଦିଓ, ଏହି ଦୁର୍ଘଟଣା କେତେ ଜଣ ଆହତ ହୋଇଛନ୍ତି ସେନେଇ କିଛି ଜଣା ପଡି ନାହିଁ, କିନ୍ତୁ ଏଥିରେ ଅନେକ ଜଣ ଆହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ବେଳେ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ, ବସଟି ପୁରୀରୁ କୋଲକାତା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଆହତ ଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଧର୍ମଶାଳା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଛି।

 

Get real time updates directly on you device, subscribe now.