fbpx

(Video) ଇଏ କ’ଣ! ଷ୍ଟେଜରେ ଗାଇବା ବେଳେ ଗିଟାରକୁ ପିଟି ପିଟି ଭାଙ୍ଗିଦେଲେ AP-dhillon, ଭିଡିଓ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବ୍ରାଉନ ମୁଣ୍ଡେ, ଦିଲ ନୁ, ଏବଂ ସାଡା ପ୍ୟାର ପରି ହିଟ ଗୀତ ବୋଲିଥିବା ର‌୍ୟାପର AP-dhillonଙ୍କୁ କିଏ ବା ନ ଜାଣେ । ପଞ୍ଜାବର ଗୁରଦାସପୁରରୁ ବାହାରିଥିବା AP-dhillonଙ୍କୁ ଦୁନିଆସାରା ନିଜ ର‌୍ୟାପ ପାଇଁ ଫେମସ ହୋଇଛନ୍ତି । ତାଙ୍କ ସଂଗୀତରେ ଲୋକେ ଦିୱାନା ହୋଇଯାଆନ୍ତି । ୨୦୨୦ରେ ସେ ବୋଲିଥିବା ଏକ ଗୀତ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା । ଏହାପରେ ତାଙ୍କର ଫ୍ୟାନ୍ସ ଫଲୋର୍ସ ବଢିଯାଇଥିଲେ । ତେବେ ଏହାରି ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ଷ୍ଟେଜରେ ଗୀତ ଗାଉଥିବା ବେଳେ ହଠାତ ଗିଟାରକୁ ପିଟିପିଟି ଭାଙ୍ଗି ଦେଇଥିଲେ ।

ଏହି ଭିଡିଓରେ ସେ ସର୍ବପ୍ରଥମେ ବିନ୍ଦାସ ମାଇଣ୍ଡରେ ଷ୍ଟେଜକୁ ଚଢୁଛନ୍ତି । ଏହାପରେ ଗୀତ ଗାଇବା ବେଳେ ହଠାତ ସେ ଗିଟାରକୁ ପିଟିପିଟି ଭାଙ୍ଗିଦେଇଛନ୍ତି । ବର୍ତ୍ତମାନ ସିଙ୍ଗରଙ୍କର ଏହି ଭଳି ବ୍ୟବହାର ତାଙ୍କ ଫ୍ୟାନ୍ସମାନଙ୍କୁ ଚକିତ କରିଛି । ସେ ତାଙ୍କର ଏହି ବ୍ୟବହାରକୁ ପସନ୍ଦ କରୁନାହାନ୍ତି ।

ଏହି ଭିଡିଓକୁ ୮ ଘଣ୍ଟା ମଧ୍ୟରେ ୧.୬ ମିଲିୟନ ୟୁଜର୍ସ ଦେଖିସାରିଲେଣି । ଏଥିରେ କମେଣ୍ଟର ବର୍ଷା ଲାଗି ରହିଛି । ଜଣେ ୟୁଜର୍ସ ଲେଖିଛନ୍ତି-ସେ ଜିନିଷକୁ ଇଜ୍ଜତ ଦିଅ, ଯିଏ ତୁମକୁ ଏଠାକୁ ନେଇ ଆସିଛନ୍ତି । ଏଥିରେ ଆପଣଙ୍କର ହିଁ ଲାଭ, ଅନ୍ୟ ଏକ ୟୁଜର୍ସ ଲେଖିଛନ୍ତି, ଆପଣଙ୍କୁ ଏହା କାହିଁକି କରିବାକୁ ପଡିଲା । ଏହିପରି ଭାବେ କେବଳ କମେଣ୍ଟର ବର୍ଷା ହେଉଛି ।

 

View this post on Instagram

 

A post shared by AP DHILLON (@ap.dhillxn)

Get real time updates directly on you device, subscribe now.