fbpx

ରାମ ନବମୀ ଦିନ ବ୍ୟାଙ୍କ ବନ୍ଦ ନା ଖୋଲା ରହିବ? ଦେଖନ୍ତୁ ଛୁଟିର ତାଲିକା

ନୂଆଦିଲ୍ଲୀ: ବୁଧବାର ଅର୍ଥାତ ୧୭ ଏପ୍ରିଲରେ ପଡୁଛି ରାମନବମୀ । ଅନେକ ଗ୍ରାହକଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ, ରାମ ନବମୀରେ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟିମାନଙ୍କ ତାଲିକା ଅନୁଯାୟୀ, ରାମ ନବମୀରେ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଯେଉଁମାନଙ୍କର ବ୍ୟାଙ୍କ ସହ ଜଡ଼ିତ କାମ ରହିଛି ସେମାନେ ଏହି ଲିଷ୍ଟ ଦେଖିବା ନିହାତି ଆବଶ୍ୟକ ।

ରାମନବମୀରେ ଅନେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ । ଏହା ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ଚଣ୍ଡିଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶ ଅଟେ ।

୧୭ ଏପ୍ରିଲ: ଶ୍ରୀରାମ ନବମୀ ପାଇଁ ଅହମଦାବାଦ, ବେଲାପୁର, ଭୋପାଲ, ଭୁବନେଶ୍ୱର, ଚଣ୍ଡିଗଡ଼, ଦେହରାଡୁନ, ଗଙ୍ଗଟୋକ, ହାଇଦ୍ରାବାଦ, ଜୟପୁର, କାନପୁର,ଉତ୍ତରପ୍ରଦେଶ, ପଟନା, ରାଞ୍ଚି, ଶିମଲା ମୁମ୍ବାଇ ଏବଂ ନାଗପୁରରେ ବ୍ୟାଙ୍କ ବନ୍ଦ ରହିବ ।

୨୦ ଏପ୍ରିଲ: ଗରିୟା ପୂଜା ପାଇଁ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ ।

୨୧ ଏପ୍ରିଲ: ରବିବାର ପାଇଁ ଛୁଟି ରହିବ ।

୨୭ ଏପ୍ରିଲ: ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ଛୁଟି ରହିବ ।

୨୮ ଏପ୍ରିଲ: ରବିବାର ପାଇଁ ଛୁଟି ରହିବ ।

Get real time updates directly on you device, subscribe now.