fbpx

ଓଲଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ

କଟକ: ଦିନକୁ ଦିନ ବସ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସେଥିମଧରେ କଟକ ଚୌଦ୍ୱାର ଥାନା ନୂଆପାଟଣା ରାସ୍ତାରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା କାରଣରୁ ୨୦ ଜଣ ଆହତ ହୋଇଛନ୍ତି । ସୂଚନାରୁ ପ୍ରକାଶ ଘନ କୁହୁଡ଼ି ଯୋଗୁଁ ରାତି ପ୍ରାୟ ୩ଟା ପାଖାପାଖି ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ଏହି ଢ଼େଙ୍କାନାଳରୁ କଟକ ଆସୁଥିଲା ଏହି ବସ୍ । ଖବର ପାଇ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ନିକଟରେ ବାଲେଶ୍ୱର ଜିଲ୍ଲା ସ୍ଥିତ ନୀଳଗିରିରେ ବସ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସମସ୍ତ ଯାତ୍ରୀ । ୫୦ ଜଣ ଯାତ୍ରୀଙ୍କୁ ଧରି କୋଲକାତାରୁ ପଞ୍ଚଲିଙ୍ଗେଶ୍ୱର ଫେରୁଥିଲା ବସ ଡ୍ରାଇଭର । କିନ୍ତୁ ଦୁଃଖର ବିଷୟ ଯେ ହୃଦଘାତ କାରଣରୁ ଉକ୍ତ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଡ଼ାକ୍ତର କରିଥିଲେ ।

Get real time updates directly on you device, subscribe now.