ଜାକର୍ତ୍ତା,୨୦ା୭: ଇଣ୍ଡୋନେସିଆର ଉତ୍ତର ସୁଲାୱେସି ଦ୍ୱୀପ ନିକଟ ମଝି ସମୁଦ୍ରରେ ସ୍ଥାନୀୟ ସମୟ ଅନୁସାରେ ରବିବାର ଅପରାହ୍ନରେ ଏକ ବଡ଼ ଅଘଟଣ ଘଟିଛି। ସମୁଦ୍ର ମଝିରେ ଏକ ଯାତ୍ରୀବାହୀ ଜାହାଜରେ ହଠାତ୍ ନିଆଁ
ଲାଗିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି ।
ଦୁର୍ଘଟଣା ପରେ ଜାହାଜରୁ ୨୮୦ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।
ନିଆଁ ଲାଗିଥିବା ଜାହାଜର ନାମ KM ବାର୍ସିଲୋନା VA। ଜାହାଜଟି ଇଣ୍ଡୋନେସିଆର ଉତ୍ତର ସୁଲାୱେସି ପ୍ରଦେଶର ଏକ ଦ୍ୱୀପ ଜିଲ୍ଲା ତାଲାଉଡରୁ ରାଜଧାନୀ ମାନାଡୋକୁ ଯାଉଥିଲା। ତା’ପରେ ହଠାତ୍ ଜାହାଜରେ ନିଆଁ ଲାଗିଗଲା। କିଛି ସମୟ ମଧ୍ୟରେ ହୁତୁହୁତୁ ହୋଇ ଜାହାଜଟି ଜଳିଲା ।
Horror At Sea: A fire broke out on the KM Barcelona VA ferry off the coast of North Sulawesi, Indonesia, forcing passengers to leap into the sea!
📡 What We Know: The fire broke out around 1:30 p.m. local time today on the KM Barcelona VA ferry off the coast of North Sulawesi,… pic.twitter.com/1T69ovmnDu— John Cremeans (@JohnCremeansX) July 20, 2025
ସମୁଦ୍ର ମଝିରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରୁ ଜୀବନ ବଞ୍ଚାଇବା ପାଇଁ ଜାହାଜର ସମସ୍ତ ଯାତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧି ସମୁଦ୍ରକୁ ଡେଇଁ ପଡ଼ିଲେ। ଲାଇଫ୍ ଜ୍ୟାକେଟ୍ ପିନ୍ଧି ସମୁଦ୍ରକୁ ଡେଇଁ ପଡ଼ିବାରୁ ଯାତ୍ରୀଙ୍କୁ ରକ୍ଷା କରାଯାଇଥିଲା। ଏହି ଦୁର୍ଘଟଣାରେ ୧୮ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେଉଁଥିରେ ମହିଳା ଏବଂ ଅନେକ ପିଲା ମଧ୍ୟ ଅଛନ୍ତି।
ଏହି ଭୟଙ୍କର ଦୁର୍ଘଟଣାରୁ ୨୮୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ନିଖୋଜ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରିରହିଛି ।