fbpx

ମଝି ଚିଲିକାରେ ଫସିଥିବା ଡଙ୍ଗା ଉଦ୍ଧାର, ଡଙ୍ଗାରେ ଥିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଥିବା ଡଙ୍ଗାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହା ସହ ୧୫ଟି ବାଇକ୍ ମଧ୍ୟ ଉଦ୍ଧାର ହୋଇଛି । ମଝି ଚିଲିକାରେ ଫସିଥିବା ଡଙ୍ଗା ବିଷୟରେ ଖବର ପାଇ ଅନ୍ୟ ଏକ ଡଙ୍ଗା ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ।
ସୂଚନାରୁ ପ୍ରକାଶ ସକାଳ ୭ଟାରେ ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଯାଉଥିବା ସମୟରେ ଏହି ଅଘଟଣା ଘଟିଥିଲା । ମଏଁସା ଗାଁ ନିକଟରେ ଡଙ୍ଗାଟି ଫସିରହିଥିଲା । ଏହି ଡଙ୍ଗା ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ସମେତ ୧୫ଟି ବାଇକ ନେଇ ଯାଉଥିଲା ।

Get real time updates directly on you device, subscribe now.