fbpx

ମଉଳିଗଲା ସୂର୍ଯ୍ୟଙ୍କ ଚମକ ଆଉ ପୋଲାର୍ଡ ପାୱାର: ମୁମ୍ବାଇ ମୁହଁରୁ ମ୍ୟାଚ ଛଡାଇ ଆଣିଲା ଆୟର-କମିନ୍ସ ଯୋଡି

Advertisement

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚାଲିଥିବା ଏହି ରୋମାଞ୍ଚକର ମୁକାବିଲାରେ ବିଜୟ ହାସଲ କରିଛି କୋଲକାତା । ୫ ୱିକେଟ ବାକି ଥାଇ ୧୬୨ ରନର ବିଜୟ ଲକ୍ଷ୍ୟକୁ ୧୬ ଓଭରରେ ହାସଲ କରିଛି କୋଲକାତା । ଭେଙ୍କଟେଶ ଆୟରଙ୍କ ଦମଦାର ଅର୍ଦ୍ଧଶତକ ସାଙ୍ଗକୁ ପ୍ୟାଟ କମିନ୍ସଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଫେଲ ମାରିଛି ମୁମ୍ବାଇ ପଲଟନ । ପ୍ୟାଟ କମିନ୍ସଙ୍କ ୧୫ ବଲରେ ୫୬ ରନର ପାଳି ଆଗରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ଏବଂ ପୋଲାର୍ଡଙ୍କ ୫ ବଳରେ ୨୨ ରନର ଦମଦାର ପାଳି ଫିକା ପଡିଯାଇଛି ।

MI vs KKR, IPL 2022: મુંબઈ ઈન્ડિયન્સનો કોલકાતા સામે 161 રનનો સ્કોર, સૂર્યકુમારની અડધી સદી | IPL 2022 MI vs KKR Mumbai Indians set a target of 162 against Kolkata Knight Riders

ମୁମ୍ବାଇର ୧୬୨ ରନ ଲକ୍ଷ୍ୟର ପିଛା କରି ଅଜିଙ୍କ୍ୟା ରାହାଣେ ଏବଂ ଭେଙ୍କଟେଶ ଆୟର ପାଳି ଆରମ୍ଭ କରିଥିଲେ । କିନ୍ତୁ ୧୧ ବଲରେ ମାତ୍ର ୭ ରନ କରି ଆୟରଙ୍କ ସାଥ ଛାଡିଥିଲେ । କିନ୍ତୁ ମଇଦାନରେ ଅଟକି ରହିଥିଲେ ଆୟର । ରାହାଣେଙ୍କ ପରେ ଶ୍ରେୟସ ଆୟର, ସାମ ବିଲିଙ୍ଗସ, ନିତିଶ ରାଣା ଏବଂ ଆନ୍ଦ୍ରେ ରସେଲ ସମସ୍ତେ ବଡ ସ୍କୋର କରିବାରେ ବିଫଳ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହାପରେ ମ୍ୟାଚ ମୁମ୍ବାଇ ହାତମୁଠାକୁ ଚାଲିଯାଇଥିଲା । କିନ୍ତୁ ଏଇଠି ଆରମ୍ଭ ହୋଇଥିଲା ଦ କମିନ୍ସ ଶୋ । ଆନ୍ଦ୍ରେ ରସେଲଙ୍କ ସ୍ଥାନ ପୂରଣ କରିବାକୁ ମଇଦାନକୁ ଆସିଥିଲେ ପ୍ୟାଟ କମିନ୍ସ । ମଇଦାନରେ ପାଦ ରଖୁ ରଖୁ ବଡ ଶଟ ଖେଲିବା ଆରମ୍ଭ କରିଦେଇଥିଲେ । ମାତ୍ର ୧୫ ବଲରେ ୬ ଛକା ଏବଂ ୪ ଚୌକା ସହ ଦମଦାର ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ମ୍ୟାଚରେ ବିଜୟ କରାଇଥିଲେ । ସେପଟେ ଗୋଟିଏ ପଟରୁ ୱିକେଟର ଝଡି ଲାଗିଥିବା ବେଳେ ଭେଙ୍କଟେଶ ଆୟର ପଡିଆରେ ଉପସ୍ଥିତ ରହି ୪୧ ବଲରେ ଗୋଟିଏ ଛକା ଏବଂ୬ ଚୌକା ସହ ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି ।

KKR vs MI: Pat Cummins hits joint fastest IPL half -century, KKR storms to No.1 in points table - Sports News

ତେବେ ମୁମ୍ବାଇ ପକ୍ଷରୁ ୬ ଜଣ ବୋଲର ବ୍ୟବହାର କରିଥିବା ବେଳେ ଟିମାଲ ମିଲ୍ସ ଏବଂ ମୁରୁଗାନ ଅଶ୍ୱୀନ ରୋହିତଙ୍କୁ ସଫଳତା ଦେଇଥିଲେ । ୩ ଓଭର ଲେଖାଏଁ ବୋଲିଂ କରି ଉଭୟ ବୋଲର ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଡାନିଏଲ ସାମ୍ସ ମଧ୍ୟ ୩ ଓଭରରେ ଗୋଟଇଏ ୱିକେଯ ନିଜ ନାମରେ କରିଛନ୍ତି । କିନ୍ତୁ ଏମାନଙ୍କ ବ୍ୟତୀତ ବାସିଲ ଥାମ୍ପି ଏବଂ ତିଲକ ବର୍ମାଙ୍କ ସହ ଜଶପ୍ରୀତ ବୁମରାହ ମଧ୍ୟ ଢ଼୍ୟାଚଚରେ ୱିକେଟ ହୀନ ରହିଛନ୍ତି ।

Get real time updates directly on you device, subscribe now.