fbpx
BJD SKY
BJD SKY

ସୁଲଭ ମୂଲ୍ୟରେ ମିଳିବ ପତଞ୍ଜଳି କରୋନା ଔଷଧ, ଜାଣନ୍ତୁ କେତେ ଟଙ୍କା

BJD

ନୂଆଦିଲ୍ଲୀ, ୨୪/୬: ସୁଲଭ ମୂଲ୍ୟରେ ମିିଳିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ୍ । କରୋନା ଔଷଧର ମୂଲ୍ୟ ମାତ୍ର ୬୦୦ ଟଙ୍କା । ଏହାସହ ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ । ସଂକ୍ରମଣ ବଢ଼ୁଥିବା ବେଳେ ଏହିପରି ଘୋଷଣା କରିଛନ୍ତି ଯୋଗଗୁରୁ ରାମଦେବ ବାବା।

ଅନ୍ୟପଟେ ଗତକାଲି ଏହି ଔଷଧର ବିଜ୍ଞାପନରେ ଦାବିର ସତ୍ୟତା ଜାରି ନଥିବା ସ୍ପଷ୍ଟ କରିଛି ଆୟୁଷ ମନ୍ତ୍ରାଳୟ । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ ତଲବ କରିଛି ବିଭାଗ । କେନ୍ଦ୍ରୀୟ ସଂସ୍ଥାଦ୍ୱାରା ଔଷଧର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପର୍ଯ୍ୟନ୍ତ ଔଷଧର ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ଔଷଧର ମଞ୍ଜୁରି ପତ୍ର ଦାଖଲ ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି । କରୋନା ପାଇଁ ୨ହଜାର ଔଷଧ ପ୍ରସ୍ତୁତ କରିଥିବା ପତଞ୍ଜଳି  ଦାବି କରିଛି ।

 

Get real time updates directly on you device, subscribe now.