fbpx

ମିଳିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ଖଟରେ ମୁଣ୍ଡେଇ ୧୨ କିମି ପାଦରେ ଚାଲିଲେ ସମ୍ପର୍କୀୟ

ନୂଆଦିଲ୍ଲୀ: ପୂର୍ବରୁ ଓଡ଼ିଶାର ଦାନ ମାଝି ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହିଥିଲେ । ଉକ୍ତ ଘଟଣାଟି ସେ ସମୟରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଅନୁରୂପ ଭାବେ ଏକ ଘଟଣା ଝାଡ଼ଖଣ୍ଡରେ ଘଟିଛି । ଜଣେ ରୋଗୀଙ୍କୁ ଖଟରେ ବୋହି ୧୨ କିମି ଯାତ୍ରା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟରେ ବାରମ୍ବାର ସ୍ୱାସ୍ଥ୍ୟସେବା ବିଫଳ ହେଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରୋନଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଘଟଣାଟି ଘଟିଛି । ତେବେ ସ୍ୱାସ୍ଥ୍ୟସେବା ମିଳିବା ତ ଦୂରର କଥା, ବର୍ତ୍ତମାନ ବି ରାଜ୍ୟର ଅନେକ ସ୍ଥାନରେ ଆମ୍ବୁଲାନ୍ସର ସୁବିଧା ନଥିବା ଦେଖାଯାଉଛି । ସାହିବଗଞ୍ଜ ଜିଲ୍ଲାର ଜଣେ ମହିଳାଙ୍କୁ ତାଙ୍କର ସମ୍ପର୍କୀୟମାନେ ଖଟରେ ଶୁଆଇ ମୁଣ୍ଡରେ ବୋହି ୧୨ କିମି ପର୍ଯ୍ୟନ୍ତ ଚାଲିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ସେମାନେ ୧୦୮ ନମ୍ବରକୁ କଲ୍ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା । ବାଧ୍ୟହୋଇ ପରିବାରବର୍ଗ ଏଭଳି ଉପାୟକୁ ଆପଣାଇଥିବା କୁହାଯାଉଛି ।

Get real time updates directly on you device, subscribe now.