fbpx

ସମସ୍ତଙ୍କ ସାମ୍ନାରେ ଚିରାଗ ପାସୱାନଙ୍କୁ ଇଂରାଜୀରେ କହିଲା ଏହି ଝିଅ, ଜାଣନ୍ତୁ କଣ ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟୀର ଅଧ୍ୟକ୍ଷ ଚିରାଗ ପାସୱାନ ବିହାରର ହାଜିପୁରର ସାଂସଦ ଏବଂ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଅଛନ୍ତି । ଚିରାଗ ଏବଂ ଜଣେ ଝିଅଙ୍କ ମଧ୍ୟରେ କଥାବାର୍ତ୍ତା ହେବାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଭିଡିଓରେ ଝିଅଟି କାନ୍ଦି କାନ୍ଦି ତାଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି । ଝିଅଟି ଚିରାଗଙ୍କୁ ତାଙ୍କୁ କଲ କରିବାକୁ କହିଛନ୍ତି ।

ପାଟନା ଏୟାରପୋର୍ଟରେ ଚିରାଗ ପାସୱାନ ନିଜ କାରରେ ବସିଥିଲେ, ଏହାରି ମଧ୍ୟରେ କିଛି ସାମ୍ବାଦିକ ସେଠାରେ ପହଞ୍ଚିଛନ୍ତି ଏବଂ ତାଙ୍କୁ ପ୍ରଶ୍ନ କରିବାକୁ ଲାଗିଛନ୍ତି । ସେହି ସମୟରେ ଜଣେ ଝିଅ ମଧ୍ୟ ସେଠାରେ ପହଞ୍ଚି ଇଂରାଜୀରେ କହିଛନ୍ତି ଯେ, Sir I am your biggest fan. I am waiting for your call । ଏହାର ଅର୍ଥ ସାର ମୁଁ ଆପଣଙ୍କର ବହୁତ ବଡ଼ ଫ୍ୟାନ ଏବଂ ଆପଣଙ୍କ କଲ କୁ ଅପେକ୍ଷା କରିଛି । ଏନେଇ ଚିରାଗ ତାଙ୍କୁ କହିଛନ୍ତି ଥ୍ୟାଙ୍କ ୟୁ ବେଟା, ଝିଅଟି ଚିରାଗଙ୍କୁ ଏକ ଚିଠି ମଧ୍ୟ ଦେଇଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ, ବିଭିନ୍ନ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକମାନେ କ୍ରମାଗତ ଭାବରେ ଚିରାଗ ପାସୱାନଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏହି ସମୟରେ ଜଣେ ଝିଅ ଚିରାଗଙ୍କୁ ଡାକିଥିବାର ନଜର ଆସିଛନ୍ତି। ତାଙ୍କ ସହ ଚିରାଗ ପାସୱାନଙ୍କ ସୁରକ୍ଷା କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଚିରାଗକୁ ଚିଠି ଦେବାବେଳେ ଝିଅଟି କହିଛି ଯେ ଦୟାକରି ସାର୍ ଏହାକୁ ଦେଖିବେ। ମୁଁ ଆପଣଙ୍କ କଲ୍ ପାଇଁ ଅପେକ୍ଷା କରିବି। ଚିରାଗ ମଧ୍ୟ କହିଛନ୍ତି ଠିକ ଅଛି ପୁଅ।

Get real time updates directly on you device, subscribe now.