fbpx

ଇବିସି, ଏସସି ଓ ଏସଟି ପାଇଁ ୬୫% ସଂରକ୍ଷଣ ଶେଷ: ନୀତୀଶ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ: ନୀତୀଶ ସରକାରଙ୍କୁ ପାଟନା ହାଇକୋର୍ଟ ଏକ ବଡ଼ ଝଟକା ଦେଇଛନ୍ତି । ଇବିସି, ଏସସି ଓ ଏସଟି ପାଇଁ ୬୫% ସଂରକ୍ଷଣ ରଦ୍ଦ କରାଯାଇଛି । ପାଟନା ହାଇକୋର୍ଟ ବିହାର ସଂରକ୍ଷଣ ସମ୍ବନ୍ଧୀୟ ଆଇନକୁ ବାତିଲ କରିଛନ୍ତି ।

ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ବିହାର ସରକାର ସଂରକ୍ଷଣକୁ ୫୦% ରୁ ୬୫% କୁ ବୃଦ୍ଧି କରିଥିଲେ । ଯାହାକୁ ହାଇକୋର୍ଟ ବାତିଲ କରିଛନ୍ତି ।

ଏହି ମାମଲାରେ ଗୌରବ କୁମାର ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ପାଟନା ହାଇକୋର୍ଟ ଶୁଣାଣି କରିଥିଲେ । ଶୁଣାଣି ପରେ ହାଇକୋର୍ଟ ଏହି ନିଷ୍ପତ୍ତି ୧୧ ମାର୍ଚ୍ଚ ୨୦୨୪ ପାଇଁ ସଂରକ୍ଷିତ ରଖିଥିଲେ ଯାହା ଆଜି ଘୋଷଣା କରାଯାଇଛି । ପ୍ରଧାନ ବିଚାରପତି କେ.ଭି ଚନ୍ଦ୍ରଙ୍କ ଡିଭିଜନ୍ ବେଞ୍ଚରେ ଗୌରବ କୁମାରଙ୍କ ଆବେଦନ ଏବଂ ଅନ୍ୟାନ୍ୟ ଆବେଦନ ଉପରେ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା । ଆଡଭୋକେଟ୍ ଜେନେରାଲ୍ ପି.କେ ଶାହି ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି କରିଥିଲେ । ଏହି ଶ୍ରେଣୀର ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଅଭାବ ଥିବାରୁ ରାଜ୍ୟ ସରକାର ଏହି ସଂରକ୍ଷଣ ପ୍ରଦାନ କରିଛନ୍ତି ବୋଲି ସେ କୋର୍ଟଙ୍କୁ କହିଛନ୍ତି । ଆନୁପାତିକ ଭିତ୍ତିରେ ରାଜ୍ୟ ସରକାର ଏହି ସଂରକ୍ଷଣ ପ୍ରଦାନ କରିନାହାଁନ୍ତି ।

ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ :-
ଏହି ନିବେଦନଗୁଡିକରେ ୯ ନଭେମ୍ବର ୨୦୨୩ ରେ ରାଜ୍ୟ ସରକାର ଦେଇଥିବା ଆଇନକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏଥିରେ ଏସସି, ଏସଟି, ଇବିସି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ୬୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଥିବାବେଳେ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ କେବଳ ୩୫ ପ୍ରତିଶତ ପଦବୀ ସରକାରୀ ସେବା ପ୍ରଦାନ କରାଯାଇପାରିବ ।

ପୂର୍ବ ଶୁଣାଣିରେ ଆଡଭୋକେଟ୍ ଦୀନୁ କୁମାର କୋର୍ଟଙ୍କୁ କହିଥିଲେ ଯେ ସାଧାରଣ ବର୍ଗରେ ଇଡବ୍ଲୁଏସ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବାତିଲ କରିବା ଭାରତୀୟ ସମ୍ବିଧାନର ଧାରା ୧୪ ଏବଂ ଧାରା ୧୫ (୬) (ଖ) ବିରୁଦ୍ଧ । ସେ କହିଥିଲେ ଯେ ଜାତି ସର୍ବେକ୍ଷଣ ପରେ ସଂରକ୍ଷଣର ଏହି ନିଷ୍ପତ୍ତି ଜାତିର ଆନୁପାତିକ ଆଧାରରେ ନିଆଯାଇଛି ଏବଂ ସରକାରୀ ଚାକିରିରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଆଧାରରେ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଇନ୍ଦିରା ସ୍ୱାହାନି ମାମଲାରେ ସଂରକ୍ଷଣ ସୀମା ଉପରେ ସୁପ୍ରିମକୋର୍ଟ ୫୦ ପ୍ରତିଶତ ପ୍ରତିବନ୍ଧକ ଲଗାଇଛନ୍ତି । ଜାତି ସର୍ବେକ୍ଷଣ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ବିଚାରାଧୀନ ଅଛି । ଏହି ଆଧାରରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା ଯେଉଁଥିରେ ରାଜ୍ୟ ସରକାର ସରକାରୀ ଚାକିରିରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରିଥିଲେ ।

ଏହି କାରଣରୁ ପାଟନା ହାଇକୋର୍ଟ ଏହି ବର୍ଗର ସଂରକ୍ଷଣ ସୀମାକୁ ପଚାଶରୁ ଷାଠିଏ ପ୍ରତିଶତକୁ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବାତିଲ କରିଛନ୍ତି ।

Get real time updates directly on you device, subscribe now.