fbpx

ଭାଇଚାରାର ଉଦାହରଣ, ଅଜାନ ସମୟରେ ଲାଉଡସ୍ପିକର ବନ୍ଦ ରଖିଲା ହନୁମାନ ମନ୍ଦିର

ପାଟନା: ବିହାରର ପାଟନାରେ ପରସ୍ପର ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ଏକ ଉଦାହରଣ ଦେଖିବାକୁ ମିଳିଛି। ରବିବାର ପାଟନାର ହନୁମାନ ମନ୍ଦିର ଅଜାନ ସମୟରେ ନିଜର ଲାଉଡ ସ୍ପିକର ବନ୍ଦ କରିଛି। ମସଜିଦ ଏବଂ ମନ୍ଦିର ମଧ୍ୟରେ ଦୂରତା ମାତ୍ର ୫୦ ମିଟର ରହିଛି। ପରସ୍ପର ପ୍ରତି ସମ୍ମାନ ଦେଇ ମସଜିଦ ମନ୍ଦିର ଆସୁଥିବା ଭକ୍ତଙ୍କ ଧ୍ୟାନ ମଧ୍ୟ ରଖିଛି। ଏହି ଦୃଶ୍ୟ ସେହି ସମୟରେ ଦେଖିବାକୁ ମିଳିଛି, ଯେତେବେଳେ ରାଜ୍ୟରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗି ରହିଛି।

ବିଜେପି ବିହାରରେ ଉତ୍ତର ପ୍ରଦେଶ ପରି ଲାଉଡସ୍ପିକର ହଟାଇବାକୁ ଦାବି କରୁଛନ୍ତି। ନୀତିଶ ସକରାରର ମନ୍ତ୍ରୀ ଜନକ ରାମ ମସଜିଦରେ ଲାଗିଥିବା ଲାଉଡସ୍ପିକର ନେଇ ଆପତ୍ତି ପ୍ରକାଶ କରିଥିଲେ। ସେ କହିଥିଲେ, ଯେତେବେଳେ ହୋଲି, ଦିପାବଳୀରେ ଡିଜେ ଉପରେ ରୋକ୍ ଲାଗି ପାରୁଛି ତେବେ ମସଜିଦର ଲାଉଡସ୍ପିକର ଉପରେ ରୋକ୍ ଲାଗିବା ଉଚିତ୍। ମନ୍ତ୍ରୀଙ୍କ କହିବା କଥା ଜଣେ ଜନ ପ୍ରତିନିଧି ହିସାବରେ ମୋ ନିକଟକୁ ଏହି ସଂପର୍କରେ ଅନେକ ଅଭିଯୋଗ ଆସିଛି।

 

ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ରାୟ ସଂପୂର୍ଣ୍ଣ ଓଲଟା ରହିଛି। ସେ କହିଛନ୍ତି, ରାଜ୍ୟରେ ଆମେ କେବେ ବି କାହାରି ଧର୍ମ ଉପରେ କୌଣସି ପ୍ରକାରର ହସ୍ତକ୍ଷେପ କରାଯିବ ନାହିଁ। ଏହା ପୂର୍ବରୁ ସେ ଲାଉଡସ୍ପିକର ହଟାଯିବା ପ୍ରସଙ୍ଗକୁ ବେକାର ବୋଲି ଦର୍ଶାଇଥିଲେ। ସମସ୍ତଙ୍କୁ ନିଜ ଧର୍ମ ପାଳନ କରିବାର ପୂରା ଅଧିକାର ଥିବା ସେ କହିଥିଲେ।

Get real time updates directly on you device, subscribe now.