fbpx

Fastag Recharge କରି ପାଆନ୍ତୁ ଟଙ୍କା: ୨୪ ଘଣ୍ଟା ପାଇଁ ଏହି ଆପରେ ମିଳୁଛି ଜବରଦସ୍ତ ଅଫର

Advertisement

ନୂଆଦିଲ୍ଲୀ: ଟୋଲ ପ୍ଲାଜାରେ ଲୋକମାନେ ସମ୍ମୁଖୀନ ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି ଭାରତ ସରକାର Fastagକୁ ବାଧ୍ୟତାମୂଳକ କରିଥିଲେ। ଯଦି ଆପଣଙ୍କର ଗାଡିରେ Fastag ଇନଷ୍ଟଲ୍ ହୋଇଛି, ତେବେ ଆପଣଙ୍କୁ ଟୋଲ୍ ପ୍ଲାଜାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । ପେଟିଏମ୍ ସହିତ ଆପଣ ସହଜରେ Fastag ରିଚାର୍ଜ କରିପାରିବେ । ଏହା ସହିତ ଆପଣ ଏହା ଉପରେ ଅନେକ Cashback ଅଫର୍ ମଧ୍ୟ ମିଳୁଛି । ଆଜି ଆମେ ଆପଣଙ୍କୁ Paytm ର ଏପରି ଏକ ଅଫର ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ ଅନେକ ଲାଭ ମିଳିବ ।

Paytm ରେ ଏହି ଅଫର ସମସ୍ତଙ୍କୁ ମିଳୁନାହିଁ । ଏହି ଅଫର ପାଇଁ ଆପଣଙ୍କୁ କିଛି ସହଜ ଷ୍ଟେପ ଅନୁସରଣ କରିବାକୁ ପଡିବ । ସର୍ବପ୍ରଥମେ ପେଟିଏମ୍ ଆପକୁ ଯାଆନ୍ତୁ ଏବଂ ଫାଷ୍ଟାଗ୍ ରିଚାର୍ଜ ଅପ୍ସନ୍ କୁ ଯାଆନ୍ତୁ । ଏଠାକୁ ଯିବା ପରେ ବ୍ୟାଙ୍କର ତାଲିକା ଆପଣଙ୍କ ସାମ୍ନାକୁ ଆସିବ। ବ୍ୟାଙ୍କ ତାଲିକା ବାଛିବାବେଳେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ । କାରଣ ଏଥିରେ ଭୁଲ କରିବା ଅର୍ଥ ରିଚାର୍ଜ ଭୁଲ ହୋଇଯିବ ।

ଶେଷରେ ଆପଣଙ୍କୁ ଗାଡିର ନମ୍ବର ଏଣ୍ଟର କରିବାକୁ ହେବ। ଗାଡିର ନମ୍ବର ଏଣ୍ଟର କରିବା ସମୟରେ ମଧ୍ୟ ଭଲଭାବେ ଧ୍ୟାନ ଦିଅନ୍ତୁ। ଯେତେବେଳେ ଆପଣଙ୍କ ସାମ୍ନାରେ Payment ଅପ୍ସନ ଦେଖାଯିବ ସେତେବେଳେ ଆପଣଙ୍କୁ Quick Payment ଏବଂ Cashback ଦୁଇଟି ଅଫର ନଜର ଆସିବ। ଯଦି ଆପଣଙ୍କ ନମ୍ବରରେ ୫୦ ଟଙ୍କା କ୍ୟାସବ୍ୟାକ୍‌ ଅଫର ଲାଗୁ ହେବ ତାହେଲେ ବହୁତ ସହଜରେ ଆପଣଙ୍କୁ ୫୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିଯିବ।

ଯଦି ଆପଣ ୨୦୦ ଟଙ୍କାର Fastag Recharge କରୁଛନ୍ତି ତାହେଲେ ଏହାଉପରେ ମଧ୍ୟ ଆପଣଙ୍କୁ ୫୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିପାରେ। Fastag Recharge କରିବା ସମୟରେ ଆପଣଙ୍କୁ ସବୁଠୁ ଅଧିକ ଧ୍ୟାନ ଡିଟେଲ୍ସ ଉପରେ ରଖିବାକୁ ହୋଇଥାଏ। ଡିଟେଲ୍ସ ଭୁଲ ଏଣ୍ଟର କରିବାର ଅର୍ଥ ଆପଣଙ୍କର ରିଚାର୍ଜ ମଧ୍ୟ ଭୁଲ ହୋଇପାରେ। ଏହାସହିତ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ମଧ୍ୟ କଟିଯିବ। ଏଥିପାଇଁ ବହୁତ ଜରୁରୀ ଯେ ଆପଣ ସାବଧାନତା ଅବଲମ୍ବନ କରନ୍ତୁ। ଏହାସହିତ Paytmରେ Fastag Recharge କରିବା କ୍ଷଣି ହିଁ କିଛି ସେକେଣ୍ଡରେ ଟଙ୍କା Fastag Account କୁ ଆସିଯିବ।

Get real time updates directly on you device, subscribe now.