fbpx

Paytm ବୋର୍ଡ ସଦସ୍ୟଙ୍କର କଟିବ ଦରମା, ଏଜିଏମ ପୂର୍ବରୁ କମ୍ପାନୀ ପ୍ରସ୍ତୁତ କଲା ନୂଆ ପ୍ରସ୍ତାବ

ନୂଆଦିଲ୍ଲୀ: ଫିନଟେକ କମ୍ପାନୀ ପେଟିଏମ ନିଜ ଅର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛି। ସେହି ପ୍ରୟାସ ଅନୁଯାୟୀ କମ୍ପାନୀ ବର୍ତ୍ତମାନ ଏକ ନୂଆ ପ୍ରସ୍ତାବ ପ୍ରସ୍‌ୁତ କରିଛି। ଯେଉଁଥିରେ ମଞ୍ଜୁରୀ ମିଳିବା ନେଇ ପେଟିଏମର ବୋର୍ଡ ମେମ୍ବର୍ସଙ୍କ ଦରମା କଟାଯିବ।

ପେଟିଏମ ବ୍ରାଣ୍ଡ ନାମରେ ବ୍ୟବସାୟ କରୁଥିବା କମ୍ପାନୀ ୱାନ୯୭ କମ୍ୟୁନିକେସନ ଲିମିଟେଡ ଏହି ପ୍ରସ୍ତାବ ବିଷୟରେ ସେୟାର ବଜାରକୁ ସୂଚନା ଦେଇଛନ୍ତି। କମ୍ପାନୀ କହିଛି ଯେ, ବୋର୍ଡ ଅଫ ଡାୟରେକ୍ଟର୍ସଙ୍କୁ ମିଳିବାକୁ ଥିବା ଦରମାରେ ବଡ଼ ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବିତ ଷ୍ଟ୍ରକଚରରେ ବୋର୍ଡର ସମସ୍ତ ନନ-ଏକଜିକୁଟିଭ ଇଣ୍ଡିପଣ୍ଡେଣ୍ଟ ଡାୟରେକ୍ଟର୍ସ ପାଇଁ ବାର୍ଷିକ କ୍ଷତିପୂରଣ ଉପରେ ୪୮ ଲକ୍ଷ ଟଙ୍କାର କ୍ୟାପ ଲଗାଯାଇଛି। ଅର୍ଥାତ ନନ-ଏକଜୁକୁଟିଭ ଇଣ୍ଡିପେଣ୍ଡେଣ୍ଟ ଡାୟରେକ୍ଟର୍ସଙ୍କୁ ବର୍ତ୍ତମାନ ବାର୍ଷିକ ୪୮ ଲକ୍ଷ ଟଙ୍କାରୁ ଅଧିକ ପେମେଣ୍ଟ ମିଳିବ ନାହିଁ।

ସଂଶୋଧିତ ଢାଞ୍ଚାରେ କରାଯାଇଥିବା ପ୍ରସ୍ତାବରେ ୨୦ ଲକ୍ଷ ଟଙ୍କାର ଫିକ୍ସଡ କମ୍ପୋନେଣ୍ଟର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଦରମା କିଛି ଭ୍ୟାରିଆଣ୍ଟ କମ୍ପୋନେଣ୍ଟ ଉପରେ ନିର୍ଭର କରିବ। ଭ୍ୟାରିଏବଲ କମ୍ପୋନେଣ୍ଟକୁ ବୈଠକରେ ଉପସ୍ଥିତି, ବୋର୍ଡର ବିଭିନ୍ନ ସମିତିଗୁଡିକରେ ଚେୟାରମ୍ୟାନସିପ ବା ମେମ୍ବରସିପ ପୋଜିସନ ଆଦିରୁ ଲିଙ୍କ କରାଯାଇଛି। କମ୍ପାନୀର ପ୍ରସ୍ତାବ ରହିଛି ଯେ, ସଂଶୋଧିତ ଷ୍ଟ୍ରକଚରକୁ ୧ ଏପ୍ରିଲ ୨୦୨୪ରେ ଲାଗୁ କରାଯିବ।

Get real time updates directly on you device, subscribe now.