ବିଶ୍ୱକପ୍‌ରେ ଲଜ୍ଜାଜନକ ପରାଜୟ ପରେ ଇସ୍ତଫା ଦେଲେ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ୍-ହକ୍

ଓଡ଼ିଶା ଭାସ୍କର: ବିଶ୍ୱକପରେ ପାକିସ୍ତାନ ଲଜ୍ଜାଜନକ ପ୍ରଦର୍ଶନ କରୁଥିବା ବେଳେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଯାହାତୁ ନେଇ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି। ବାବର ଆଜମଙ୍କ ଚାଟ୍ ମଧ୍ୟ ଲିକ୍ ହୋଇଥିବା ବେଳେ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି। କିଛି ପୂର୍ବତନ କ୍ରିକେଟର ଏହି ଲିକ୍ ମାମଲାରେ ପିସିବି ଅଧ୍ୟକ୍ଷ ଜାକା ଅଶରଫଙ୍କୁ ଦାୟୀ କରୁଛନ୍ତି। ସେପଟେ କିଛି ଲୋକ ଖରାପ ପ୍ରଦର୍ଶନ ପାଇଁ ବାବର ଆଜମଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି କରୁଛନ୍ତି ।

ଇଞ୍ଜାମାମ-ଉଲ-ହକ୍ ତାଙ୍କ ଇସ୍ତଫାପତ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ଜାକା ଅଶରଫଙ୍କ ନିକଟକୁ ପଠାଇଦେଇଛନ୍ତି। ଇଞ୍ଜାମାମ-ଉଲ-ହକ୍ ପୂର୍ବରୁ ମଧ୍ୟ ଏହି ପଦରେ ରହିସାରିଛନ୍ତି। ପ୍ରଥମ କାର୍ଯ୍ୟକାଳରେ ସେ ୨୦୧୬-୧୯ ପର୍ଯ୍ୟନ୍ତ ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ଥିଲେ। ସେ କୋଚ୍ ଭୂମିକାରେ ମଧ୍ୟ ଥିଲେ। ଏହାପରେ କିଛି ଦିନ ତଳେ ଅଗଷ୍ଟ ମାସରେ ତାଙ୍କୁ ପୁଣି ଥରେ ଏହି ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ନିକଟରେ ପାକିସ୍ତାନ ଦଳର ଖରାପ ସ୍ଥିତି ପାଇଁ ମଧ୍ୟ ତାଙ୍କୁ ଟାର୍ଗେଟ କରାଯାଉଥିଲା। ଖାଲି ସେତିକି ନୁହେଁ, ଇଞ୍ଜାମାମଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ମଧ୍ୟ ଆସିଛି।

ଇଞ୍ଜାମାମଙ୍କ ଇସ୍ତଫା ପରେ ପାକିସ୍ତାନ କ୍ରିକେଟରେ ଅସ୍ଥିରତା ଲାଗି ରହିଛି ବୋଲି ନିଷ୍ପତ୍ତି ନିଆଯାଇଥିଲା। ଖୁବ୍ ଶୀଘ୍ର ଆହୁରି ଇସ୍ତଫା ମିଳିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଥିରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମଙ୍କ ଇସ୍ତଫା ମଧ୍ୟ ସାମିଲ ହୋଇପାରେ। ତେବେ ଦଳ ଏବେ ଭାରତରେ ବିଶ୍ୱକପ୍ ଖେଳୁଥିବା ବେଳେ ଆଉ ୩ଟି ମ୍ୟାଚ୍ ବାକି ରହିଛି। ଏସବୁ ଭିତରେ ଅଧିନାୟକ ବାବର ଆଜମଙ୍କ ଏକ ଚାଟ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କିଛି ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ଏହି ଚାଟ୍କୁ ନେଇ ମଧ୍ୟ ହଇଚଇ ସୃଷ୍ଟି ହୋଇଛି।