fbpx

ଗାଜାକୁ ଫରିବ ଶାନ୍ତି! ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ…

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗାଜାକୁ ଫେରିବ ଶାନ୍ତି । ଆଉ ଶୁଭିବନି ଗୋଳା ବାରୁଦର ଭୟଙ୍କର ଶବ୍ଦ । ଗାଜା ଅଞ୍ଚଳର ନିରୀହ ଜୀବନ ବି ଏବେ ଟିକିଏ ଶାନ୍ତିରେ ଜୀବନ ଯାପନ କରିପାରିବେ । କାରଣ ଇସ୍ରାଏଲ-ମାସ ମଧ୍ୟରେ ଲାଗିଥିବା ଏହି ଭୟଙ୍କର ଯୁଦ୍ଧରେ ଲାଗିବ ସାମୟିକ ବିରତି । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଏ ନେଇ ପ୍ରସ୍ତାବ ପାରତ ହୋଇଛି । ଉଭୟ ଦେଶ ମଧ୍ୟରେ ଏହି ଯୁଦ୍ଧରେ ସାମୟିକ ବିରାମ ଲଗାଇବା ପାଇଁ ଜାତିସଂଘ ବୈଠକରେ ମୋଟ ୧୪ଟି ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ମିଳିଛି । କିନ୍ତୁ ଏହି ଭୋଟିଂ ପ୍ରକ୍ରିୟାରୁ ଆମେରିକା ଦୂରେଇ ରହିଛି । ତେବେ ଜାତିସଂଘରେ ନିଷ୍ପତ୍ତି ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧରେ ସାମୟିକ ବିରତି ନିଆଯିବ ।

Get real time updates directly on you device, subscribe now.