fbpx

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର; ଚଳଚଞ୍ଚଳ ମାଆଙ୍କ ପୀଠ

କାକଟପୁର: (ଓଡ଼ିଶା ଭାସ୍କର) ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ମାଆଙ୍କ ପୀଠ । କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ ।

ପରମ୍ପରା ଅନୁଯାୟୀ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ବେଶ ଧୁମ୍ ଧାମରେ ଚାଲିଛି ଝାମୁଯାତ୍ରା ତଥା ନେତ୍ର ଉତ୍ସବ । ଆଜିର ଦିନରେ ମା’ଙ୍କ ମନ୍ଦିରରେ ନୂତନ ନେତ ବନ୍ଧା ହେବାର ବିଧି ରହିଛି । ପାହାନ୍ତା ପ୍ରହରରୁ ମନ୍ଦିର ପହଡ଼ ଫିଟା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, ସ୍ନାନ ଓ ମଜଣା କରାଯାଇ ମା’ଙ୍କୁ ବେଶ କରାଯାଇଛି ।

ବେଶ ପରେ ଭକ୍ତଙ୍କ ପାଇଁ ସାହଣ ମେଲା ଦର୍ଶନ ଆରମ୍ଭ ହୋଇଛି । ବ୍ୟାରିକେଟ୍ ମଧ୍ୟରେ ଲମ୍ବା ଧାଡ଼ିରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କରୁଛନ୍ତି ।

Get real time updates directly on you device, subscribe now.