fbpx
BSKY SKY
BSKY SKY

ନଭେମ୍ବରରେ ବାହାହେବାକୁ ଡରନ୍ତି ଲୋକେ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

BSKY

ନୂଆଦିଲ୍ଲୀ: ସମସ୍ତେ ନିଜ ବାହାଘରକୁ ଅଧିକ ସ୍ପେଶାଲ କରିବାକୁ ଚାହାଁନ୍ତି । ଏଥିପାଇଁ ଶୁଭ ମୂହୁର୍ତ୍ତ, ଗ୍ରହ ନକ୍ଷେତ୍ର ଦେଖି ତିଥି ସ୍ଥିର କରିଥାନ୍ତି । ତେବେ ଜିମ୍ବାୱେର ମାନ୍ୟତା ହିସାବରେ ନଭେମ୍ବର ମାସରେ ହେଉଥିବା ବାହାଘର ପ୍ରାୟତଃ ଛାଡ଼ପତ୍ର ଓ ଗର୍ଭଧାରଣାରେ ବିଫଳତା ଭଳି ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ । ଏଥିପାଇଁ ନଭେମ୍ବର ମାସରେ ବାହା ହେବା ପାଇଁ ଲୋକମାନେ ଡରିଥାନ୍ତି ।

ଏହି ପ୍ରଥାରେ ବିଶ୍ୱାସ କରୁଥିବା ଶୋନା କମ୍ୟୁନିଟିର ଲୋକମାନେ ସାଧାରଣତଃ ଦକ୍ଷିଣ ଆଫ୍ରିକା ଓ ଖାସକରି ଜିମ୍ବାୱେରେ ରହିଥାନ୍ତି । ସେଠାରେ ରହୁଥିବା ଲୋକଙ୍କର ବିଶ୍ୱାସ ରହିଛି କି, ଏହି ସମୟରେ ସେଠାରେ ବର୍ଷା ହୋଇଥାଏ । ଏଥିପାଇଁ ଗଛ ଓ ଜୀବଙ୍କ ବିକାଶ ପାଇଁ ଏହି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଛି ଲୋକଙ୍କର ବିଶ୍ୱାସ ରହିଛି ଯେ, ଏହି ମାସ ରୀତିନୀତି ପାଇଁ ଅତ୍ୟନ୍ତ ପବିତ୍ର । ଏଥିପାଇଁ ଏହି ସମୟରେ କୌଣସି କୋଳାହଳ ସମାରୋହ ଆୟୋଜିତ କରାଯାଏ ନାହିଁ ।

ତେବେ ଇସାଇ ସମୁଦାୟର ଲୋକମାନେ ଏହି ପବିତ୍ର ମାସର ଗତିବିଧି ଉପରେ ପ୍ରତିବନ୍ଧକକୁ ବିରୋଧ କରନ୍ତି । କିନ୍ତୁ ପରମ୍ପରାକୁ ମାନୁଥିବା ଲୋକମାନେ ଏବେ ବି ନିୟମକୁ ପାଳନ କରୁଛନ୍ତି ।

Get real time updates directly on you device, subscribe now.