fbpx

ବୟଫ୍ରେଣ୍ଡ ସହ କଣ କଣ କରିବେ? ୧୭ ପୃଷ୍ଠାର ରିଲେସନସିପ୍ କଣ୍ଟ୍ରାକ୍ଟ ଧରାଇଦେଲେ ଗର୍ଲଫ୍ରେଣ୍ଡ୍

ୱାଶିଂଟନ୍: ଆମେରିକାରେ ରହୁଥିବା ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ପାଇଁ ୧୭ ପୃଷ୍ଠାର ଏକ ରିଲେସନସିପ୍ କଣ୍ଟ୍ରାକ୍ଟ ପ୍ରସ୍ତୁତି କରିଛି । ଯୁବତୀ ଜଣକ ଏହି କଣ୍ଟ୍ରାକ୍ଟରେ ବୟଫ୍ରେଣ୍ଡ ସହ କଣ କରିବେ ଓ ବୟଫ୍ରେଣ୍ଡ ତାଙ୍କ ପାଇଁ କଣ କଣ କରିବେ ତାହା ଲେଖାହୋଇଛି । ଏହି କଣ୍ଟ୍ରାକ୍ଟ ରେ ଯାହା ସବୁ ଲେଖାହୋଇଛି ସେସବୁକୁ ଯେକୌଣସି ମତେ ପୂରଣ କରିବାକୁ ହେବ । ତେବେ ସମ୍ପର୍କ ଯୋଡ଼ି ରଖିବାକୁ ଯୁବତୀ ଜଣକ କରିଥିବା ଏହି ଉପାୟକୁ ଲୋକେ ଯେତିକି ପସନ୍ଦ କରୁଛନ୍ତି ସେତିକି ଏହା ଉପରେ ଆଲୋଚନା ବଢ଼ିବାରେ ଲାଗିଛି । ତେବେ କଣ ଉଲ୍ଲେଖ ରହିଛି ଏହି କଣ୍ଟ୍ରାକ୍ଟରେ? ଜାଣିବା ଏହି ଖବର ମାଧ୍ୟମରେ ।

ରିପୋର୍ଟ ଅନୁସାରେ , ଆଟଲାଣ୍ଟାରେ ରହୁଥିବା ୨୧ ବର୍ଷୀୟା ଏନୀ ରାଇଟ୍ ଏକ ଟକ୍ସିକ୍ ରିଲେସନ୍ସିପ୍ ରୁ ବାହାରକୁ ଆସିଥିଲେ । ଏହାପରେ ତାଙ୍କର ମାଇକଲେ ହେଡ୍ ଙ୍କ ସହିତ ହୋଇଥିଲା । ତେଣୁ ସେ ତାଙ୍କ ରିଲେସନ୍ କୁ ମଜବୁତ୍ କରିବା ପାଇଁ କିଛି ସର୍ତ୍ତ ରଖିଥିଲେ । ଯାହାକୁ ସେ କଣ୍ଟ୍ରାକ୍ଟର ନାମ ଦେଇଥିଲେ । ଏଥିରେ ଏନୀ କିଛି ଏପରି କଥା ଉଲ୍ଲେଖ କରିଛନ୍ତି ଯାହାକୁ ମାଇକେଲ୍ ଙ୍କୁ ପୂରଣ କରିବାକୁ ହେବ ।

ଗତ ବର୍ଷ ଅକ୍ଟୋବର ମାସରେ ଏନୀ, ମାଇକେଲଙ୍କୁ ଭେଟିଥିଲେ । ସେ ଚାହୁଁଥିଲେ ଯେ, ତାଙ୍କ ସମ୍ପର୍କ ପୂର୍ବ ତୁଳନାରେ ଭଲ ରହୁ । ତେଣୁ ସେ ୧୭ ପେଜ୍ ର ରିଲେସନସିପ୍ କଣ୍ଟ୍ରାକ୍ଟ କରି ମାଇକେଲକୁ ଧରାଇଥିଲେ । ଏଥିରେ ଉଲ୍ଲେଖ ରହିଛି ଯେ, ସେମାନେ ଡେଟ୍ ରେ ଗଲେ ମାଇକେଲ୍ ହିଁ ବିଲ୍ ଭରିବେ । ମାସରେ ଦୁଇଥର ମାଇକେଲ୍ ଫୁଲ ଗିଫ୍ଟ କରିବେ ଓ ନିଜର ଫିଟନେସ୍ ର ଧ୍ୟାନ ରଖିବେ । ଏଥିପାଇଁ ସେ ସପ୍ତାହରେ ୫ଥର ୱର୍କଆଉଟ୍ କରିବାକୁ ହେବ । ଏନୀ କହିଛନ୍ତି ଯେ, ଆମ ସମ୍ପର୍କ ବିଜାନସ୍ ମିଟିଂ ପରି । ସମ୍ପର୍କରେ ଆସୁଥିବା ସବୁ ସମସ୍ୟାର ସାମନାକୁ ସେମିତି କରିବା ଯେମିତି ବିଜସେନ୍ ଫିଲ୍ଡରେ ପାର୍ଟନର୍ ମାନେ କରନ୍ତି ।

 

Get real time updates directly on you device, subscribe now.