ଲଗାତାର 5 ଦିନ ରାଜ୍ୟକୁ କନ୍ଦାଇବ ବର୍ଷା, ତ୍ରାହି ତ୍ରାହି କହିବେ ଲୋକେ, ହେଲେବି ଆହୁରି ବିକଳ କରିବ ବିଜୁଳି, ଘଡ଼ଘଡି…

ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ।

ଓଡ଼ିଶା ଭାସ୍କର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପୁଣି ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 5 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ଦକ୍ଷିଣ ଓଡି଼ଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଛି। ଏହାର ପ୍ରଭାବରେ 10 ତାରିଖ ଯାଏ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତାକାଲି ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବ:

ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ଆସନ୍ତା 24 ଘଣ୍ଟାରେ ସାରା ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ରାୟଗଡା, କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷା ସହ ଗଞ୍ଜାମ, ଗଜପତି କେନ୍ଦୁଝର, ସୁନ୍ଦରଗଡ ଓ ମୟୂରଭଞ୍ଜ ପରି 5 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବର୍ଷା ସମୟରେ 30 ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ପଢ଼ନ୍ତୁ ଅଧିକ ଖବର…ନବୀନ ନିବାସରେ ବଡ଼ ବୈଠକ, ଆସିପାରେ ବଡ଼ ନିଷ୍ପତ୍ତି, କଣ ପାଇଁ ହଠାତ୍ ଏ ବୈଠକ…

ସେହିପରି ସେପ୍ଟେମ୍ବର 8 ତାରିଖରେ ରାଜ୍ୟର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡରେ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସମୟରେ ବିଜୁଳି ଘଡଘଡି ସହ ପବନର ବେଗ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ପଢ଼ନ୍ତୁ ଅଧିକ ଖବର…ଗୋଟିଏ ଡଜନରେ କାହିଁକି 12ଟି ଥାଏ କଦଳୀ, 10, 11 କାହିଁକି ନୁହେଁ, ହୋଶ୍ ଉଡ଼ାଇ ଦେବ ଏ କାରଣ…

4 ଦିନ ପରେ ବଦଳିବ ପାଗ:

ସେହିପରି ଆସନ୍ତା ସେପ୍ଟେମ୍ବର 9 ଓ 10 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା 11 ତାରିଖରୁ ରାଜ୍ୟରେ ପଦଳିବ ପାଗ ଓ କମିବ ବର୍ଷାର ପରିମାଣ ।

ବୌଦ୍ଧଗାଡ଼ରେ ସର୍ବାଧିକ ବର୍ଷା ରେକର୍ଡ :

ଅନ୍ୟପଟେ ଗତ 24 ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ 3 ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ବୌଦ୍ଧ ଜିଲ୍ଲାର ବୌଦ୍ଧଗାଡ଼ରେ ସର୍ବାଧିକ 89 ମିମି ବର୍ଷା ରେକର୍ଡ ହୋଇଛି।