fbpx

ପ୍ରୋଟିନ ପାଇଁ ସାପ ଖାଉଛନ୍ତି ଲୋକେ , ବଢି ଚାଲିଛି ସାପର ଚାହିଦା….

ଓଡିଶା ଭାସ୍କର: ଯେଉଁଲୋକମାନେ ଜିମ ଯାଆନ୍ତି କିମ୍ବା ବଡି ବିଲ୍ଡିଂ କରନ୍ତି, ସେମାନଙ୍କୁ ଜିମ୍ ଟ୍ରେନର ପ୍ରୋଟିନ ସେବନ କରିବାର ଉପଦେଶ ଦେଇ ଥାଆନ୍ତି । ପ୍ରୋଟିନ ପାଇବା ପାଇ ଅନେକ ସ୍ରୋତ ମଧ୍ୟ ରହିଛି । ଏଥିରେ ଶାହାହାରୀ ଓ ମାଂସହାରୀ ସାମିଲ ଥାଏ । ଅଣ୍ଡା ହେଉଛି ପ୍ରୋଟିନର ଏକ ଭଲ ଉତ୍ସ । ମାଂସରେ ମଧ୍ୟ ଭରପୂର ପରିମାଣରେ ପ୍ରୋଟିନ ରହିଥାଏ । ଫଳରେ ଲୋକେ ମାଂସ ସେବନ କରନ୍ତି । ନନଭେଜରେ ମଧ୍ୟ ଅନେକ ଲୋକ ପ୍ରୋଟିନ ପାଇବା ପାଇଁ ଭିନ୍ନ ଭିନ୍ନ ଭାବରେ ତାହାର ଭକ୍ଷଣ କରନ୍ତି ।

ମାତ୍ର ଏବେ ଲୋକେ ପ୍ରୋଟିନ ପାଇବା ପାଇଁ ସାପ ମଧ୍ୟ ଖାଇବାରେ ଲାଗିଲେଣି । କଥା ଟା ଆଶ୍ଚର୍ଯ୍ୟ ଲାଗିଥାଇପାରେ । ମାତ୍ର ଏହା ନିଚ୍ଛକ ସତ୍ୟ । ତେବେ ଭାରତ ଭଳି ଦେଶରେ ଏଭଳି ଦେଖିବାକୁ ମିଳି ନ ଥାଏ । କିନ୍ତୁ ବିଶ୍ୱର ଅନେକ ସ୍ଥାନରେ ଲୋକେ ସାପକୁ ଭକ୍ଷଣ କରନ୍ତି ପ୍ରୋଟିନ ପାଇଁ । ଫଳରେ ଗତ କିଛି ବର୍ଷ ହେବ ସେହି ସ୍ଥାନରେ ସାପର ଚାହିଦା ମଧ୍ୟ ଆକାଶଛୁଆଁ ହୋଇଛି ।

ଏହିକ୍ରମରେ ରହିଛନ୍ତି ଭିଏତନାମ ଓ ଥାଇଲାଣ୍ଡ ଦେଶ । ଏହି ଦେଶରେ ସ୍ନେକ ଫାର୍ମ ମଧ୍ୟ ସଞ୍ଚାଳିତ ହୋଇଥାଏ ପ୍ରୋଟିନ ପାଇଁ । ଏଠାରେ ସ୍ନେକ ସୁପ ସହ ସାପକୁ ମଧ୍ୟ ରୋଷେଇ କରାଯାଏ । ଏହାକୁ ଭାରତର ଫାଷ୍ଟଫୁଡ ସହିତ ଜଣେ ତୁଳନା କରିପାରେ । ଏକ ଗବେଷଣାରୁ ଜଣାପଡିଛି ଯେ, ସାପ ମାଂସରେ ଚିକେନ ଭଳି ପ୍ରୋଟିନ ମିଳେ । ମାତ୍ର ଏଥିରେ ସେଚୁରେଟେଡ ଫୈଟ ବହୁତ କମ ଥାଏ । ଫଳରେ ଏହାର ସ୍ୱାଦ ରୋଷେଇ ପରେ ଦ୍ୱିଗୁଣିତ ହୋଇଯାଏ । ଯାହାଦ୍ୱାରା ଏହି ଦେଶମାନଙ୍କରେ ଏହାକୁ ଭକ୍ଷଣ କରିବା ପାଇଁ ସାପର ଚାହିଦା ଦିନକୁ ଦିନ ବୃଦ୍ଧି ହେଉଛି ।

Get real time updates directly on you device, subscribe now.