ପ୍ଲାଟିନମ୍-ଡାଇମଣ୍ଡର ବଢିଲା ଡିମାଣ୍ଡ, ଏହାକୁ ଅଧିକ ଗିଫ୍ଟ କରୁଛନ୍ତି ଲୋକେ
ବଢିଲା ପ୍ଲାଟିନମ୍-ଡାଇମଣ୍ଡର ଚାହିଦା, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ସୁନା ଦର ବର୍ତ୍ତମାନ ଆକାଶ ଛୁଆଁ। ଏଥିରେ କରେଣ୍ଟ ଲାଗିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିବାହ ବା ଜନ୍ମଦିନରେ ଲୋକେ ସଂପର୍କୀୟଙ୍କୁ ସୁନା ଉପହାର ଦେଉଥିଲେ। ହେଲେ ବର୍ତ୍ତମାନ ଏହା ଏଭଳି ଲାଗୁଛି, ସୁନାର ଚମକ୍ ଫିକା ପଡିଯାଇଛି।
ସାରା ଦେଶରେ ଖାସକରି ଧନୀ ଲୋକେ ଏବଂ ଯୁବପିଢିଙ୍କ ମଧ୍ୟରେ ପ୍ଲାଟିନମ ଏବଂ ହୀରା ଗିଫ୍ଟ ଦେବା ଏବଂ ଏଥିରେ ନିବେଶର ଚଳଣୀ ଖୁବ ଜୋରରେ ବଢିବାରେ ଲାଗିଛି।
ସୁନା ସବୁଠୁ ଲୋକପ୍ରିୟ ଉତ୍ପାଦ ସାଜିବା ବେଳେ ପ୍ଲାଟିନମ ଏବଂ ହୀରା ନିବେଶ ଏବଂ ଉପହାର ଭାବେ ପ୍ରଥମ ପସନ୍ଦ ସାଜିଛି। ଅଳଙ୍କାର କ୍ଷେତ୍ରରେ ବିଶେଷଜ୍ଞ ଏହି କଥା କହିଛନ୍ତି।
ସେମାନେ କହିଛନ୍ତି ଯେ, ଏହି ମହଙ୍ଗା ଧାତୁ ନିବେଶର ପାଇଁ ଉପଯୁକ୍ତ। କାମା ଜୁଏଲାରୀର ଉପାଧ୍ୟକ୍ଷ ସିମରନ ଶାହ ଏଏନଆଇକୁ କହିଛନ୍ତି ଯେ, ଭାରତରେ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ, ସୁନା ବଦଳରେ ପ୍ଲାଟିନମ, ହୀରା ଏବଂ ଅନ୍ୟ ମୂଲ୍ୟବାନ ଧାତୁରେ ନିବେଶ କରିବାର ପ୍ରାଥମିକତା ଅନେକ ସାଂସ୍କୃତିକ, ଅର୍ଥନୈତିକ ଏବଂ ସାମାଜିକ କାରକଗୁଡ଼ିକୁ ଦ୍ୱାରା ପ୍ରଭାବିତ ହୋଇଥାଏ।
ଏହି ଧାତୁଗୁଡ଼ିକର ମୂଲ୍ୟ ବୃଦ୍ଧି ହେବା, ଧନୀମାନଙ୍କ ପାଇଁ ମୁଖ୍ୟ ଆକର୍ଷଣର କାରଣ ସାଜିଛି। କାରଣ ସେମାନେ ନିବେଶକୁ ଭିନ୍ନ ରୂପ ଦେବା ଲାଗି ପ୍ରୟାସ ଜାରି ରଖିଛନ୍ତି।