fbpx

କରୋନା ମହାମାରୀ ମଧ୍ୟରେ ବି ଏହି ଦେଶକୁ ଯାଇପାରିବେ ପର୍ଯ୍ୟଟକ

କରୋନା ମହାମାରୀ ଯୋଗୁଁ କେବଳ ଭାରତ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ବିଦେଶୀ ପର୍ଯ୍ୟଟକଙ୍କ ଦେଶକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ବର୍ତ୍ତମାନ କିଛି ଦେଶରେ କରୋନା ମାମଲା କମ ହେବାରୁ ଏବଂ ଭ୍ୟାକ୍ସିନ ଆସିବା କାରଣରୁ ଏହି ଦେଶରେ ବିଦେଶୀ ପର୍ଯ୍ୟଟକଙ୍କୁ ନିଜ ଦେଶକୁ ଆସିିବା ଉପରେ ଥିବା ପ୍ରତିବନ୍ଧକ ହଟାଇଛନ୍ତି । ସେହି ଦେଶଗୁଡିକରେ ଲକଡାଉନ ମଧ୍ୟ ହଟାଯାଇଛି ଫଳରେ ସେଠାକୁ ଯିବା ଆସିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ଯେତେବେଳେକି ଭାରତରେ ବିଭିନ୍ନ ସ୍ଥାନରେ ଏବେବି ଲକଡାଉନ ରହିଛି, ଭାରତ ଏବେ ମଧ୍ୟ କରୋନା ଭାଇରସ ସହ ଲଢୁଛି । ସେପଟେ ବିଶ୍ୱର କେତେକ ଦେଶ ଆଂଶିକ କିମ୍ବା ସଂପୂର୍ଣ୍ଣ ଭାବରେ ପର୍ଯ୍ୟଟନ ପାଇଁ ଖୋଲିଛି । ତେବେ ଯେଉଁ ଦେଶରେ ସଂପୂର୍ଣ୍ଣ ଭାବରେ ଟୀକାକରଣ ସରିଛି ସେହି ଦେଶକୁ ଯିବା କିମ୍ବା ଆସିବା ପାଇଁ କୌଣସି ନିୟମ ନାହିଁ । କିଛି ଦେଶ ଏବେବି କରୋନାକୁ ନେଇ ସତର୍କ ଅଛନ୍ତି ସେମାନେ ସାବଧାନର ସହ ପର୍ଯ୍ୟଟକଙ୍କୁ ଅନୁମତି ଦେଉଛନ୍ତି ।

ଥାଇଲ୍ୟାଣ୍ଡ: ଲୋକପ୍ରିୟ ପର୍ଯ୍ୟଟନ ଦେଶ ଥାଇଲ୍ୟାଣ୍ଡ ଜୁଲାଇରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। ତେବେ କେବଳ ସଂପୂର୍ଣ୍ଣ ଭାବରେ ଟୀକା ନେଇଥିବା ଲୋକଙ୍କୁ  ଏଠାରେ ପ୍ରବେଶ କରିବାକୁ ଅନୁମତି ମିଳିବ  ।

ଯୁକ୍ତରାଜ୍ୟ: ମେ ୧୭ ଠାରୁ ଏଠାରେ ପୁଣି ଆରମ୍ଭ ହୋଇଛି ପର୍ଯ୍ୟଟନ । ଏଠାରେ ପର୍ଯ୍ୟଟକଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି । ଭାରତ ଲାଲ ବର୍ଗରେ ରହିଛି ।

ଗ୍ରୀସ: ଯେଉଁ ପର୍ଯ୍ୟଟକମାନେ ଟୀକାର ଉଭୟ ଡୋଜ ନେଇସାରିଛନ୍ତି ସେମାନେ ଏଠାକୁ ଯାଇପାରିବେ  । କିମ୍ବା ଯେଉଁକାନଙ୍କର ଆରଟି ପିସିଆର ରିପୋର୍ଟ ନେଗେଟିଭ ଥିବ କେବଳ ସେହିମାନେ ହିଁ ଏଠାକୁ ଯାଇପାରିବେ ।

ଆଇସଲାଣ୍ଡ: ତେବେ ଏଠାରେ ପର୍ଯ୍ୟଟକଙ୍କୁ କୋଭିଡ ଟେଷ୍ଟ କରିବା ସହ କ୍ୱାରେଣ୍ଟାଇନରେ ରହିବାକୁ ପଡିବ  । ଭ୍ୟାକ୍ସିନ ନେଇଥିବା ବ୍ୟକ୍ତ ମଧ୍ୟ ଏହି ନିୟମ ପାଳନ କରିବାକୁ ପଡିବ ।

ସାଇପ୍ରସ୍: ୬୫ ଟି ଦେଶରୁ ପର୍ଯ୍ୟଟକ ଏଠାକୁ ଆସିପାରିବେ  । ଏଠାକୁ ଆସିବା ପାଇଁ ପର୍ଯ୍ୟଟକଙ୍କୁ ଏକ ଡିଜିଟାଲ ଗ୍ରୀନ ପାସପୋର୍ଟ ସହ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ।

ପୋଲାଣ୍ଡ: ଏଠାରେ ପର୍ଯ୍ୟଟକଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡିବ  । ଏହି ନିୟମ ଭ୍ୟାକ୍ସିନ ନେଇଥିବା ଲୋକଙ୍କ ଉପରେ ଲାଗୁ ହେବ ନାହିଁ । କିନ୍ତୁ ସେମାନଙ୍କୁ ମଧ୍ୟ ଟେଷ୍ଟ କରିବାକୁ ପଡିବ ।

Get real time updates directly on you device, subscribe now.