fbpx

(Video)ରାଷ୍ଟ୍ରୀୟ ରାଜଧାନୀରେ ଏ କି ଅବସ୍ଥା; ପାଣି ପାଇଁ ଲୋକମାନଙ୍କୁ କରିବାକୁ ପଡୁଛି ଏପରି, ଭିଡିଓ ଭାଇରାଲ୍‌

Advertisement

ନୂଆଦିଲ୍ଲୀ: ଏବେ ଦେଶର ପ୍ରାୟ ଅଧିକାଂଶ ଅଞ୍ଚଳରେ ଭୀଷଣ ଗ୍ରୀଷ୍ଣ ପ୍ରବାହ ଯୋଗୁ ଜନଜୀବନ ଅତିଷ୍ଠ ହୋଇପଡିଛି । ଏଥର ତାପମାତ୍ରା ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଛି । ଦେଶର ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଲୋକମାନେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ଉତ୍ତାପ ସହ ଯୁଝୁଥିବା ବେଳେ ପାଣି ସଂକଟ ସେମାନଙ୍କ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି । ଦିଲ୍ଲୀର ବହୁ ଅଞ୍ଚଳରେ ପାଣିର ଘୋର ଅଭାବ ଦେଖାଦେଇଛି ।

ଦିଲ୍ଲୀର ବିଭିନ୍ନ ଇଲାକାରେ ଲୋକମାନେ ପାଣି ଟ୍ୟାଙ୍କର ପଛରେ ବାଲ୍‌ଟି ଓ ପାଇପ୍ ଧରି ଦୌଡୁଥିବାର ଚିତ୍ର ସାମ୍ନାକୁ ଆସିଛି । ପାଣି ଟ୍ୟାଙ୍କର ଦେଖିବା ମାତ୍ରେ ଲୋକମାନେ ତାହା ଉପରକୁ ଯେପରି କୁଦି ପଡୁଛନ୍ତି । ଏହାର ବହୁ ଭିଡିଓ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଲୋକମାନେ ପାଣି ପାଇଁ ଲମ୍ବା ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି । ସଂକଟ ଏତେମାତ୍ରାରେ ବଢିଯାଇଛି ଯେ, ଗୁରୁବାର ଦିଲ୍ଲୀ ସରକାର ଜରୁରୀକାଳୀନ ବୈଠକ ଡକାଇଥିଲେ । ଏହା ବ୍ୟତିତ ଦିଲ୍ଲୀରେ ପାଣି ନଷ୍ଟ କଲେ ଭାରି ରକମର ଜୋରିମାନା ବି ଦେବାକୁ ପଡିବ ।

ଦିଲ୍ଲୀର ଏକ କଲୋନୀର ଜଣେ ଅଧିବାସୀ କହିଛନ୍ତି, ଜଳ ସଂକଟ ଏବେ ଆମ ସମସ୍ତଙ୍କ ପାଇଁ ବଡ ସମସ୍ୟା ପାଲଟିଛି । ଏହି ବସ୍ତିକୁ ଗୋଟିଏ ମାତ୍ର ଟ୍ୟାଙ୍କର ଆସିଥାଏ ଓ ବସ୍ତି ବହୁତ ବଡ ହୋଇଥିବାରୁ ଏହା ସମସ୍ତଙ୍କ ପାଣି ଆବଶ୍ୟକତା ପୂରଣ କରିପାରେ ନାହିଁ । ସେ କହିଛନ୍ତି ସରକାରଙ୍କୁ ଏ ନେଇ ଦୁଇ ଥର ଦରଖାସ୍ତ ଦେଇଛନ୍ତି କିନ୍ତୁ କିଛି ଫଳ ହୋଇନାହିଁ । ସେ କହିଛନ୍ତି ସେମାନେ କିଣି କରି ପାଣି ପିଉଛନ୍ତି ଓ ବହୁ ସମୟରେ ଟ୍ୟାଙ୍କରରୁ ପାଣି ଭରିବା ସମୟରେ ଦଳା ଚକଟାରେ ବି ଲୋକମାନେ ଆହତ ହେଉଛନ୍ତି ।

Get real time updates directly on you device, subscribe now.