fbpx

ଆଜିଠୁ ମାଲାମାଲ ହେବେ ଏହି ୫ ରାଶିର ଲୋକେ, ହଠାତ୍‌ ଧନ ପ୍ରାପ୍ତିର ରହିଛି ଯୋଗ

ଜୁଲାଇ ୧୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି କର୍କଟ ରାଶିରେ ପ୍ରବେଶ କରିବେ । ପୂର୍ବାହ୍ନ ୧୧ଟା ୦୮ରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ଏହାପରେ ୧୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ କର୍କଟ ରାଶିରେ ସୂର୍ଯ୍ୟ ରହିବେ । ଏହି ସମୟରେ ୫ ରାଶିଙ୍କ ଭାଗ୍ୟ ଚମକିବ.. ସୂର୍ଯ୍ୟ ଦେବତାଙ୍କୁ ସମସ୍ତ ଗ୍ରହଙ୍କ ରାଜା ବୋଲି କୁହାଯାଏ ।

ସୂର୍ଯ୍ୟ ଉଚ୍ଚ ପଦ, ମାନ-ସମ୍ମାନ, ଯଶ, ଆତ୍ମବିଶ୍ୱାସର ପ୍ରତୀକ ବୋଲି କୁହାଯାଏ । ସୂର୍ଯ୍ୟଙ୍କ ସ୍ଥିତି ଜାତକରେ ମଜଭୁତ ରହିଲେ, ବ୍ୟକ୍ତି ପ୍ରସିଦ୍ଧି ଲାଭ କରିବା ସହ ତେଜପୂର୍ଣ୍ଣ ହୋଇ ଥାଆନ୍ତି ।

ବୃଷ -ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଅନେକ ସ୍ରୋତରୁ ଧନ ଆସିବ । ହଠାତ୍‌ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । କର୍ମକ୍ଷେତ୍ରରେ ଉଚ୍ଚ ପଦ ଓ ନୂଆ ଦାୟିତ୍ୱ ମିଳିବ ।

ମିଥୁନ –ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଜୀବନ ସୁଖମୟ ହେବ । ବିଶେଷ କରି ସରକାରୀ ସ୍ତରରେ କାମ କରୁଥିବା ବ୍ୟକ୍ତି ବିଶେଷ ଜବରଦସ୍ତ ଲାଭ ପାଇବେ । ମାନ-ସମ୍ମାନ ବଢିବ । ବ୍ୟବସାୟୀଙ୍କ ପାଇଁ ଉତ୍ତମ ସମୟ ।

କନ୍ୟା – କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସକରାତ୍ମକ ପରିବର୍ତ୍ତନ ଆସିବ । ସୁଖସମୃଦ୍ଧି ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ସଫଳତା ମିଳିବା ସହ ନିବେଶ ପାଇଁ ଉତ୍ତମ ସମୟ ରହିଛି ।

ତୁଳା-ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ଆୟରେ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ହେବା ସହ ନୂଆ କାମ ଆରମ୍ଭ କରି ପାରନ୍ତି ।

ବିଛା -ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ଧନର ବୃଦ୍ଧି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟରେ ସାମିଲ ହେବେ । ଚାକିରି-ବ୍ୟବସାୟରେ ଉନ୍ନତି ହେବ ।

Get real time updates directly on you device, subscribe now.