ଗଙ୍ଗା ଖାଲି ଆଧ୍ୟାତ୍ମିକତା ଆଡକୁ ବାଟ କଢାଇନଥାଏ, ଲୋକଙ୍କୁ ଦିଏ ଧନ-ଧାନ୍ୟର ଭେଟି

ବାରଣାସୀ- ମାଆ ଗଙ୍ଗାଙ୍କର ହିନ୍ଦୁ ଧର୍ମ ଶାସ୍ତ୍ରରେ ରହିଛି ଅନେକ ମହତ୍ୱ । ଗଙ୍ଗା ଜୀବନକୁ ଆଧ୍ୟାତ୍ମିକତାରେ ଭରିଥାନ୍ତି । ଏହି ପବିତ୍ର ନଦୀରେ ସ୍ନାନ କରିବା ସହ ତାର କୂଳରେ ବିଭିନ୍ନ ଧର୍ମ କର୍ମ କରିବାର ରହିଛି ବର୍ଣ୍ଣନା । ହେଲେ ଜାଣନ୍ତି କି, ଗଙ୍ଗା ନଦୀ ଏବେ ସୁନା ଭେଟି ଦେଉଛି । ଲୋକଙ୍କ ଜୀବନକୁ ଧନ ଧାନ୍ୟରେ ପରିପୂର୍ଣ୍ଣ କରୁଛି?

ଗଙ୍ଗା କୂଳରେ ଅନେକ ଲୋକ ହାତରେ ଏକ ମେସିନ ଧରି ବୁଲିଥିବା ଦେଖିଥିବେ । ଏମାନେ ବେଶ ଅର୍ଥ ଉପାର୍ଜନ କରୁଛନ୍ତି । ଏମାନେ ନଦୀ କୂଳରୁ ସୁନା, ରୂପା ସଂଗ୍ରହ କରୁଛନ୍ତି । ଏହି ଧାତୁ ବା ଏଥିରୁ ନିର୍ମିତ ଅଳଙ୍କାର ବିକ୍ରି କରି ହେଉଛନ୍ତି ମାଲାମାଲ । ଆଉ ଏମାନଙ୍କ ହାତରେ ଥିବା ମେସିନ ଆଉ କିଛି ନୁହେଁ, ହେଉଛି ମେଟାଲ ଡିଟେକ୍ଟର ।

ସାଧାରଣତଃ ମେଟାଲ ଡିଟେକ୍ଟର ସାହାଯ୍ୟରେ ମାଟି ତଳେ ଥିବା ଧାତୁକୁ ବାହାର କରାଯାଏ । ଏବେ ଗଙ୍ଗା କୂଳରେ ଏମିତି ମେସିନ ଧରି ବହୁ ସ୍ଥାନୀୟ ଲୋକ ବୁଲୁଛନ୍ତି । ଏମାନେ ଗଙ୍ଗା କୂଳ ବାଲିରୁ ସୁନା ସଂଗ୍ରହ କରୁଛନ୍ତି । ସେମାନେ ସଂଗ୍ରହ କରୁଥିବା ସୁନା ମାତା ଗଙ୍ଗା ଦେଉଛି ।

ଆମ ହିନ୍ଦୁ ମାନ୍ୟତା ଅନୁଯାୟୀ, ଲୋକେ ଗଙ୍ଗାରେ ବୁଡ ଦେଇ ପୁଣ୍ୟ ଅର୍ଜନ କରିଥାନ୍ତି । ଅନେକ ମଧ୍ୟ ନଦୀରେ ଅଳଙ୍କାର ପକାଇଥାନ୍ତି ମନସ୍କାମନା ପୂରଣ ପାଇଁ । ଏହି ସୁନାକୁ ଖୋଜି ଲୋକେ ଭଲ ଅର୍ଥ ଉପାର୍ଜନ କରୁଛନ୍ତି । ଲୋକଙ୍କ ହାତରେ ଏହି ମେଟାଲ ଡିଟେକ୍ଟରର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।