fbpx

(Video) ଭୟଙ୍କର ଦୁର୍ଘଟଣାରେ ଦୁଇ ଫାଳ ହୋଇଗଲା ଟ୍ରେନ୍: ଗରା, ବାଲଟିରେ ଲୋକେ ବୋହିନେଲେ ମାଗଣା ଡିଜେଲ୍

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବଡ଼ ଧରଣର ଦୁର୍ଘଟଣା ଘଟିବା ବେଳେ ଲୋକମାନେ ପୀଡ଼ିତଙ୍କୁ ସାହାଯ୍ୟ କରିବା ବଦଳରେ ଫୋନରେ ରେକର୍ଡିଂ କରିଥାନ୍ତି । ଏହି ଘଟଣା ଯେତିକି ନିନ୍ଦନୀୟ ସେତିକି ହାସ୍ୟାସ୍ପଦ । ତେବେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏକ ଭୟଙ୍କର ଦୁର୍ଘଟଣାରେ ଏକ ଟ୍ରେନ ଦୁଇଫାଳ ହୋଇଯାଇଥିବା ବେଳେ ଲୋକମାନେ ଗରା, ବାଲଟି ନେଇ ମାଗଣା ଡିଜେଲ ବୋହିବାରେ ଲାଗିଥିଲେ । ଲୋକମାନେ ଡ୍ରେନ ଭିତରେ ହାତ ପୂରାଇ ଆଞ୍ଜୁଳା କରି ଡିଜେଲ ଘରକୁ ନେବାରେ ଲାଗିଥିଲେ । ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ କେହି ଏଥିରୁ ବାଦ୍ ପଡ଼ିନଥିଲେ । ସମସ୍ତେ ମାଗଣା ଡିଜେଲ ଘରକୁ ବୋହି ନେଇଥବଲେ । ଟ୍ରେନ ଦୁର୍ଘଟଣାରେ କିଏ ମରିଛି, କିଏ ଆହତ ହୋଇଛି ସେକଥା ଚିନ୍ତା ନକରି ଲୋକମାନେ ନିଜ ନିଜ ସ୍ୱାର୍ଥ ପୂରଣରେ ବ୍ୟସ୍ତ ରହିଥିଲେ । ଲୋକମାନେ ଝାଳ ନାଳ ହୋଇ ନିଜ ଘରକୁ ମାଗଣା ଜିନିଷ ବୋହି ନେଇଥିଲେ । ଟ୍ରେନରେ ପେଟ୍ରୋଲିୟମ ସାମଗ୍ରୀ ପରିବହନ ହେଉଥିବା ବେଳେ ଦୁର୍ଘଟଣା କାରଣରୁ ଟ୍ରେନର ୩ଟି ୱାଗନ ଖସି ପଡ଼ିଥିଲା, ମାତ୍ର ସେଥିରେ କେହି ଆହତ ହୋଇନଥିଲେ ।

Get real time updates directly on you device, subscribe now.